ଓଡ଼ିଶାରେ ଥିବା ପାକିସ୍ତାନୀ ଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର


 କାଶ୍ମୀର ର ପହଲଗାମ ରେ ଘଟିଥିବା ଆତଙ୍କି ହମଲା ର ଭାରତ ଦେଇଛି କଡ଼ା ଜବାବ। ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ବାହାରିଛି ନୋଟିସ।

କାଶ୍ମୀର ର ପହଲଗାମ ଠାରେ ପ୍ରାୟ ୨୬ ଜଣ ପର୍ଯ୍ୟଟକ ଙ୍କୁ ଆତଙ୍କବାଦୀ ମାନେ ଧର୍ମ ପଚାରି ଗୁଳି କରିଥିବା ଘଟଣା ସାରା ଦେଶ କୁ ସ୍ତବ୍ଧ କରିଦେଇଛି। ସେପଟେ ଏ ଘଟଣା କୁ ନେଇ ଭାରତ ସରକାରଙ୍କ ହାଇ ଲେଭେଲ ମିଟିଂ ରେ ପାକିସ୍ତାନ କୁ କଡା ଜବାବ ଦେବା ପାଇଁ ଫୈସଲା ହେଇଛି। ଏହି ପରିପ୍ରେକ୍ଷୀରେ ରେ ଭାରତ ରେ ଯେତେ ପାକିସ୍ତାନୀ ଭିସା ରେ ଭାରତରେ ଅଛନ୍ତି ସେମାନଙ୍କୁ ଶୀଘ୍ର ଦେଶ ଛାଡ଼ିବା ପାଇଁ ଅମିତ୍ ଶାହ ସମସ୍ତ ରାଜ୍ୟ ସରକାର ଙ୍କୁ ନୋଟିସ୍ ଜାରି କରିବା ପାଇଁ କହିଛନ୍ତି । ତେବେ ଓଡିଶାରେ ମୋଟ୍ ୧୨ ଜଣ ପାକିସ୍ତାନୀ ଦୀର୍ଘକାଳୀନ ଭିସା ରେ ଅଛନ୍ତି ଏବଂ ସେମାନଙ୍କୁ ରାଜ୍ୟ ସରକାର ଏପ୍ରିଲ ୨୬ ସୁଦ୍ଧା ଭାରତ ଛାଡ଼ିବା ପାଇଁ ନୋଟିସ  ଜାରି କରିଛନ୍ତି। ଏହା ସହିତ ଯେଉଁ ମାନେ ମେଡିକାଲ ଭିସା ରେ ଆସିଛନ୍ତି ସେମାନଙ୍କ ଭିସା ୨୯ ଏପ୍ରିଲ ସୁଦ୍ଧା ରଦ୍ଧ ହେବ ବୋଲି ଭାରତ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ମାନଙ୍କୁ ପାକିସ୍ତାନ ଗସ୍ତ ନ କରିବାକୁ ଏବଂ ଯେଉଁ ଭାରତୀୟ ମାନେ ପାକିସ୍ତାନ ରେ ଅଛନ୍ତି ସେମାନଙ୍କୁ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done