ସୁନା ଦର ଲକ୍ଷେ ପାର।


 ଆଶ୍ଚର୍ଯ୍ୟଜନକ ଭାବରେ ବୃଦ୍ଧି ପାଇଲା ସୁନା ଦର ।

ଦିନକର ବୃଦ୍ଧି ହେଲା 3 ହଜାର ଟଙ୍କା । 

ଏକ ଲକ୍ଷ ଟପିଛି ୨୪ କ୍ୟାରେଟ୍ ସୁନା ଦର । 

ପ୍ରଭାବ ପଡ଼ୁଛି ମଧ୍ୟବିତ୍ତ ତଥା ନିମ୍ନ ବର୍ଗର ପରିବାର ଲୋକଙ୍କୁ । 

ଦେଶର ସବୁ ରାଜ୍ୟ ତଥା ଜିଲ୍ଲାରେ ଚାଲିଛି ବାହା ଘର ସିଜନ୍ । ଆଉ ଏପରି ସମୟରେ ସୁନା ରୂପା ଦର ଆକାଶକୁ ଛୁଇଁଛି ।  ୨୨ କ୍ୟାରେଟ୍ ସୁନା ଦର ରହିଛି ୯୨ ହଜାର ୯୦୦ ଟଙ୍କା । ସେହିପରି  ୨୪ କ୍ୟାରେଟ ସୁନା ଦର ଏକ ଲକ୍ଷ ୧ ହଜାର ୩୫୦ ଟଙ୍କା । ସର୍ବକାଳୀନ ରେକର୍ଡ ୧ ଲକ୍ଷ ଟଙ୍କା ଟପିଛି ସୁନା ଦର ।ଚୀନ ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ଵର ଅର୍ଥନୈତିକ ଅସ୍ଥିରତା ଯୋଗୁଁ ସୁନା ରୂପ ଦର ଆକାଶ ଛୁଇଁଛି । ପ୍ରଥମ ଥର ପାଇଁ ୨୪ କ୍ୟାରେଟ୍  ୧୦ ଗ୍ରାମ ସୁନାର ଦର ୯୯ ହଜାର ୮୦୦ ଟଙ୍କା ହୋଇଛି ଆଉ ଏଥିରେ GST ମିଶିଲା ପରେ ଲକ୍ଷେ ଟଙ୍କା ପାର କରିବ ସୁନା ଦର । ଚଳିତ ବର୍ଷ ସୁନା ଦର ୨୬.୪ ପ୍ରତିଶତ ବୃଦ୍ଧି ପାଇଛି । ସୁନା ଦର ବୃଦ୍ଧି ଦେଖି ଲୋକେ ମଧ୍ୟ ଅସ୍ତବ୍ୟସ୍ତ ହୋଇପାରିଛନ୍ତି । ବାହା ଘର ସିଜନ୍ ଚାଲିଛି ଆଉ ଏପରି ସମୟରେ ସୁନା ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତା ରେ ପକେଇଛି । ଏହାର ପ୍ରଭାବ ବିଶେଷ କରି ମଧ୍ୟବିତ୍ତ ଏବଂ ନିମ୍ନ ବର୍ଗର ପରିବାର ଉପରେ ଅଧିକା ପଡ଼ିବ । ଏପରି ସୁନା ଦର ବୃଦ୍ଧି ହେବ କେହି ଭାବି ନ ଥିଲେ ହେଲେ ଚୀନ ଆମେରିକା ବାଣିଜ୍ୟ ଯୁଦ୍ଧ ଯୋଗୁଁ ଭାରତରେ ଏହାର ପ୍ରଭାବ ଦେଖା ଦେଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done