ଓଡ଼ିଶା ରାଜ୍ୟ ସରକାର ଙ୍କ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏକ ବଡ ଘୋଷଣା କରାଯାଇଛି। ଆସନ୍ତା କାଲିଠାରୁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ, ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସବୁ ଜିଲ୍ଲାର ରିଭିୟୁ ମିଟିଙ୍ଗ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ଯେଉଁମାନେ ହଷ୍ଟଲେ ରେ ରହିବା ପାଇଁ ଇଛୁକ ସେମାନେ ହଷ୍ଟେଲ ରେ ରହି ପାରିବେ।ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍କୁଲ କଲେଜ୍ ବନ୍ଦ୍ ରହିବ।ଜିଲ୍ଲାପାଳ ମାନେ କଡ଼ାକଡ଼ି ଅନୁଧ୍ୟାନ କରିବେ।ପ୍ରଥମେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ୨୩ ରୁ ୨୫ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବାର ର ବଡ ନିଷ୍ପତ୍ତି ନେଇଥିଲେ ତେବେ ଆଜି ରାଜ୍ୟ ସରକାର ସାରା ରାଜ୍ୟରେ ସ୍କୁଲ କଲେଜ୍ ବନ୍ଦ ହେବାର ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବା ବେଳେ ଝାରସୁଗୁଡ଼ା ରେ ପାରଦ ୪୬ ଡିଗ୍ରୀ ଟପିଛି। ତେବେ ୨୪ ତାରିଖ ଯାଏଁ ଝାରସୁଗୁଡ଼ା ରହିବ ସବୁଠାରୁ ଉତ୍ତପ୍ତ । ଏହାସହ ଆଜିପାଇଁ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କ ରେ ମଧ୍ୟ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି। ତେବେ ଅଙ୍ଗନବାଡ଼ି ରେ ପଢୁଥିବା ପିଲା ମାନଙ୍କୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ହୋମ ଡେଲିଭେରି ମାଧ୍ୟମରେ ପହଞ୍ଚାଇ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।
0 Comments