ଏଲ ଏନ କଲେଜ ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।
ଓଡ଼ିଆ ପକ୍ଷ ପାଳନ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ କ୍ରସ ଲକ୍ଷ୍ମୀ ନାରାୟଣ କଲେଜ ପକ୍ଷରୁ କଲେଜ ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସ୍ଵଇଚ୍ଛାରେ ଆସି ଏହି ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିଛନ୍ତି। ତେବେ ୫୦ ୟୁନିଟ ରକ୍ତ ସଂଗ୍ରହ କରିବାର ସଂକଳ୍ପ ରଖାଯାଇଥିଲେ ହେଁ 6th semester ର exam ଯୋଗୁଁ ଏବଂ +୨ ଛାତ୍ର ଛାତ୍ରୀ ମାନେ ୧୮ ବର୍ଷ ବୟସ ସୀମା ପାର କରିନଥିବାରୁ ୩୦-୪୦ ୟୁନିଟ ପର୍ଯ୍ୟନ୍ତ ରକ୍ତ ସଂଗ୍ରହ କରାଯାଇ ପାରିଛି ବୋଲି କଲେଜ ର ପ୍ରଧାନ ଅଧ୍ୟାପିକା କହିଛନ୍ତି। ଆହୁରି କହିଛନ୍ତି ଯେ,ରକ୍ତ ର କୌଣସି ବିକଳ୍ପ ନାହିଁ, ତେବେ ଏକ୍ସିଡେଣ୍ଟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ରକ୍ତ ର ଆବଶ୍ୟକତା ହେଲେ ଏହି ଛାତ୍ର ଛାତ୍ରୀ ମାନଙ୍କ ରକ୍ତ ଉପଯୋଗ ରେ ଆସି ପାରିବ।
0 Comments