୧୧ ରୁ ଆୟୁଷ୍ମାନ ଭାରତ


 କଟକ ବାଲିଯାତ୍ରା ପଡ଼ିଆରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା ।  ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଆସନ୍ତା ଏପ୍ରିଲ ୧୧ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ର ଶୁଭାରମ୍ଭ ହେବାକୁ ଯାଉଛି। ଏ ନେଇ ସମୀକ୍ଷା ପରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଆସନ୍ତା ୧୦ ତାରିଖରେ ଭୁବନେଶ୍ଵର ଠାରେ ପହଞ୍ଚିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ତେବେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା କଟକ ବାଲିଯାତ୍ରା ପଡ଼ିଆରେ ଏହି ଆୟୁଷ୍ମାନ ଭାରତ ଯୋଜନା ର ଶୁଭାରମ୍ଭ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ସମଗ୍ର ଦେଶରେ ୨୯୦୦ ରୁ ଉର୍ଦ୍ଧ୍ବ ହସ୍ପିଟାଲ ରେ  ଏହି ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା କହିଛନ୍ତି। ତେବେ ଏହା ସହିତ ରାଜ୍ୟର ସମସ୍ତ ୧୪୦୫ଟି ପିଏଚ୍‌ସିରେ ଏହି ଯୋଜନା ଶୁଭାରମ୍ଭ ର ସିଧା ପ୍ରସାରଣ କରାଯିବ ବୋଲି  ମନମୋହନ ସାମଲ ସୂଚନା ଦେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done