ଆଜି କିରମିରା ବ୍ଲକ ର ବହୁ ଉନ୍ନୟନ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ଆଜି ପ୍ରଥମେ କିର୍ମୀରା ବ୍ଲକ ର ଧୂତୁରା ଗ୍ରାମ ରେ ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ କ୍ଷେତ୍ର ବିକାଶ ପକ୍ଷରୁ ୨ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଏକ କମ୍ୟୁନିଟି ସେଣ୍ଟର୍ ର ଶିଳାନ୍ୟାସ କରିଥିଲେ।ପରେ କିର୍ମୀରା ବ୍ଲକ ବିରହମଡିହି ଠାରେ ୨ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଏକ କମ୍ୟୁନିଟି ସେଣ୍ଟର ର ଶିଳାନ୍ୟାସ କରିଥିଲେ।ପରେ ଡୁଢ଼ିବାହଲ ଗଡଦେଵୀ ଠାରେ ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ କ୍ଷେତ୍ର ବିକାଶ ଏକ ୩ ଲକ୍ଷ୍ୟ ଟଙ୍କା ବ୍ୟୟ ରେ କୀର୍ତ୍ତନ ମଣ୍ଡପ ର ଶିଳାନ୍ୟାସ କରିଥିଲେ।ସେହିପରି କୁବାପଡ଼ା ଠାରେ ଅଢେଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଏକ କୀର୍ତ୍ତନ ମଣ୍ଡପ ର ଶିଳାନ୍ୟାସ କରିଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ।ପରେ ଭଉଁରା ସିଂହିପଡା ରେ ତିନି ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଏକ କମ୍ୟୁନିଟି ସେଣ୍ଟର ର ଶିଳାନ୍ୟାସ କରିଥିଲେ ବିଧାୟକ।ସେହିପରି ଭାବରେ ହଣ୍ଡାତୁପା ଠାରେ ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ କ୍ଷେତ୍ର ବିକାଶ ପକ୍ଷରୁ ପ୍ରାୟ ଅଢେ଼ଇ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଏକ କମୁନିଟି ସେଣ୍ଟର୍ ର ଶିଳାନ୍ୟାସ କରିଥିବା ବେଳେ ସାରସମାଲ ଠାରେ ନାଗୀନ ଚଉଠୀ ଗୁଡ଼ି ସଂପୂର୍ଣ୍ଣ କରଣ ପାଇଁ ୨ ଲକ୍ଷ୍ୟ ଟଙ୍କା ର ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ।ପରେ ଝାରସୁଗୁଡ଼ା ବିଧାୟକ ଚନ୍ଦିନୀମାଲ ଠାରେ ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ କ୍ଷେତ୍ର ବିକାଶ ପକ୍ଷରୁ ୨ ଲକ୍ଷ୍ୟ ଟଙ୍କା ର ଏକ କମୁନିଟି ସେଣ୍ଟର୍ ର ଶିଳାନ୍ୟାସ କରିଥିବା ବେଳେ ବିଡମାଲ ହନୁମାନ ମନ୍ଦିର ଠାରେ ୨ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଏକ କମୁନିଟି ସେଣ୍ଟର୍ ର ଶିଳାନ୍ୟାସ କରିଥିଲେ ବିଧାୟକ।ପରେ ବନ୍ଧପାଲି ଠାରେ ଏକ କୀର୍ତ୍ତନ ମଣ୍ଡପ ର ଶିଳାନ୍ୟାସ କରିଥିଲେ।ଏହି ସମୟର ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ଵ୍ଵିତ ଆଦିବାସୀ ସମାଜ ପ୍ରକଳ୍ପ ପ୍ରଶାସକ ସଞ୍ଜୀବ ପଟେଲ ଓ କିର୍ମିରା ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ମଣ୍ଡଳ ସଭାପତି ଉଦ୍ଧବ ସିଂ ନାଏକ , ବିଜେପି ର ବଶିଷ୍ଠ ନେତା ଶ୍ରୀ ବିଜୟ ଶର୍ମା , ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ଝସକେତନ ପ୍ରଧାନ , ବାବୁଲାଲ କିସାନ , ଯାମିନିକାନ୍ତ ନାଏକ , ରସିକ ଆଡ଼େ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ।
0 Comments