ସିଏ ଧନୀ ହେଉ କି ଗରିବ ଓଡ଼ିଆ ମାତ୍ରକେ ପଖାଳ ପ୍ରିୟ । ଦିନ ଥିଲା ଦିନ ମଜୁରିଆ ପେଟରେ ଭାତ ଗଣ୍ଡିଏ ପକେଇବା ପାଇଁ ପେଜ ତୋରାଣି ସହିତ ବାସି ଭାତ ମିଆସ ପଖାଳ ଖାଉଥିଲେ। ଆଜି ସେହି ଗାଁ ଦାଣ୍ଡରୁ ଆସି ପଖାଳ ପହଞ୍ଚିଛି ପଞ୍ଚ ତାରକା ହୋଟେଲ ମାନଙ୍କରେ। ଆଜି ମାର୍ଚ୍ଚ ୨୦ ବିଶ୍ଵ ପଖାଳ ଦିବସ । ଓଡ଼ିଆ ଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରିୟ ପଖାଳ ଆଜି ସାରା ବିଶ୍ବରେ ପ୍ରସିଦ୍ଧ। ଲୋକେ ବଡ଼ ବଡ଼ ହୋଟେଲ ଯାଇ ପଖାଳ ଅର୍ଡର କରି ଖାଇବାରେ ଆଉ ସଙ୍କୋଚ କରୁ ନାହାନ୍ତି। ବରଂ ଏହି ପଖାଳ ଦିବସ ଉପଲକ୍ଷେ ଏକ special menu ଖାଲି ପଖାଳ କୁ ନେଇ ତିଆରି କରାଯାଉଛି। ପଖାଳ ଦି ଗଣ୍ଡା ଖାଇ ଦେଲେ ମନ ପେଟ ଦୁହେଁ ତୃପ୍ତ ହୋଇ ଯାଆନ୍ତି। ଆଉ କଂସା ରେ ଥିବା ତୋରାଣି ପି ଆମେ ଓଡ଼ିଆ ଆଜି ନିଜ ଗୌରବ ପଖାଳ କୁ "ପଖାଳ ଦିବସ" ଭାବେ ପାଳନ କରୁଛୁ। କେବଳ ଓଡ଼ିଶା ନୁହେଁ ବରଂ ବିଶ୍ୱରେ ନିଜର ସ୍ଵତନ୍ତ୍ର ପରିଚୟ କରିବାରେ ଲାଗିଛି ଆମର "ପଖାଳ" ।
0 Comments