ବ୍ରଜରାଜନଗର କ୍ରାଇମ୍ ସ୍ପଟ୍ ରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ୍ ଟିମ୍।
ତିନି ଦିନ ହେବ କ୍ରାଇମବ୍ରାଞ୍ଚ୍ ତଦନ୍ତକାରୀ ଟିମ୍ ଝାରସୁଗୁଡାରେ ପହଞ୍ଚି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ର ପୁଣି ଥରେ ତଦନ୍ତ ଆରମ୍ଭ କରିଛି।
ଏହି ପରିପ୍ରେକ୍ଷୀରେ ଆଜି କ୍ରାଇମବ୍ରାଞ୍ଚ୍ ର ଏକ ଟିମ୍ ବ୍ରଜରାଜନଗର ରେ କ୍ରାଇମ୍ ସ୍ପଟ୍ ରେ ଯାଇ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୧୦ ମିନିଟ ପାଖାପାଖି ପୁଣି ଥରେ ଅନୁଧ୍ୟାନ କରିଛି। ଏହା ପୂର୍ବରୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ର casuality ରେ ଥିବା ତତ୍କାଳୀନ ଡାକ୍ତର ଦୋଳମଣି ତାଣ୍ଡି ଯିଏ ନବ ଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ ତାଙ୍କର ମଧ୍ୟ କ୍ରାଇମବ୍ରାଞ୍ଚ୍ ଟିମ ବୟାନ ରେକର୍ଡ କରିଛି। ଏହା ଭିତରେ ମିନତି ଦାସ କାଲି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଭରସା ରଖିବାକୁ କହିଛନ୍ତି।
0 Comments