ଜେସିବି ଲଗାଇ ତାଡିନେଲେ ଏଟିଏମ୍ । ଜେସିବି ଜବତ, ୩ ଜଣ ଅଟକ


 ବିଟିଏମ ଛକ ରୁ atm ତାଡ଼ି ନେଲେ ଦୁର୍ବୃତ୍ତ।  ୩ ଅଟକ।

ସୂଚନା ଅନୁଯାୟୀ ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବିଟିଏମ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ର ATM କୁ ଦୁର୍ବୃତ୍ତ ମାନେ ତାଡ଼ି ନେଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି।

ଦୁର୍ବୃତ୍ତ ମାନେ ପ୍ରଥମେ JCB ଆଣି atm କୁ ତାଡ଼ି ଟେକି ନେଇ ଯାଇଥିଲେ। ମାତ୍ର ATM କୁ ଖୋଲି ପାରିନଥିଲେ। ଫଳରେ ATM ଅକ୍ଷୁର୍ଣ୍ଣ ରହିଥିବା ସୁଚନା ମିଳିଛି। ତେବେ ଏ ନେଇ ସଦର ଥାନା ପୋଲିସ ଦୁଇ ଜଣ ଦୁର୍ବୃତ୍ତ ଙ୍କ ସମେତ JCB ଡ୍ରାଇଭର କୁ ଅଟକ ରଖିଛି। ସେଣ୍ଟ୍ରାଲ ବ୍ୟାଙ୍କ ର ଅଧିକାରୀ ମାନେ atm କୁ ନିଜ ସ୍ଥାନରେ ନ ଦେଖି ପ୍ରଥମେ ପୋଲିସ କୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରି ତିନି ଜଣ ଦୁର୍ବୃତ୍ତ ଙ୍କୁ ଗିରଫ କରିଛି। ତେବେ ସେମାନେ ATM ତାଡ଼ି ନେଇ ଥିଲେ ହିଁ ATM କୁ ଖୋଲି ପାରି ନାହାଁନ୍ତି ବୋଲି ପୋଲିସ ତରଫରୁ ସୂଚନା ମିଳିଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଆରମ୍ଭ କରିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done