ଏବେ ପ୍ରତି ଦିନ ନବ ଦାସ ହତ୍ୟା ମାମଲା ନେଉଛି ନୂଆ ମୋଡ଼।ପୁର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା କୁ ନେଇ ଏବେ କ୍ରାଇମବ୍ରାଞ୍ଚ୍ ତଦନ୍ତ ପୁଣି ଥରେ ଆରମ୍ଭ କରିଥିବା ବେଳେ ଏ ନେଇ ଝାରସୁଗୁଡ଼ା ସ୍ଥିତ ନବ ଙ୍କ ବାସଭବନ କୁ ଦୁଇ ଜଣିଆ ଟିମ୍ ଆସି ବୟାନ ରେକର୍ଡ ମଧ୍ୟ କରି ସାରିଛନ୍ତି। ତେବେ ପୂର୍ବରୁ ଦୀପାଳି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଚିଠି ଦେବୁ ବୋଲି କହିଥିଲେ ଏବଂ ପରେ ମିନତି ଦାସ ମାର୍ଚ୍ଚ 11 ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କୁ ଇମେଲ ମାଧ୍ୟମରେ appointment ପାଇଁ ଜଣାଇଥିଲେ। ତେବେ ଆଜି ମୁଖ୍ୟମନ୍ତ୍ରୀ ଲୋକସଭା ଭବନ ରେ ଏକ ବୈଠକ ଅନୁଷ୍ଠିତ କରିଛନ୍ତି। ଏବଂ ଏହି ପରିପ୍ରେକ୍ଷୀରେ ଲୋକସେବା ଭବନରେ ଦୀପାଳି ଓ ବିଶାଲ ଙ୍କ ସମେତ ନବ ଙ୍କ ପତ୍ନୀ ମିନତି ଦାସ ଆସି ମୁଖ୍ୟମନ୍ତ୍ରୀ ଙ୍କ ସହିତ ସାକ୍ଷାତ କରିଛନ୍ତି। ଏହି ଅବସରରେ କ୍ରାଇମବ୍ରାଞ୍ଚ୍ ଡିଜି ବିନୟ ତୋଷ ମିଶ୍ର, ପୋଲିସ ଡ଼ିଜି YB ଖୁରାନିଆ ମଧ୍ୟ ଏଥିରେ ସାମିଲ ହୋଇଥିବା ଜଣାପଡିଛି।ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରସା ଦେଇଛନ୍ତି
0 Comments