ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପତ୍ନୀ


 ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପତ୍ନୀ ।

ନବ ଦାସ ହତ୍ୟାକାଣ୍ଡ ମାମଲାର ତଦନ୍ତ କୁ ନେଇ ମନ୍ତ୍ରୀଙ୍କ ସହିତ ଭେଟିବା ପାଇଁ ସମୟ ମାଗିଥିଲେ ଶ୍ରୀମତୀ ଦାସ ।

ନବ ଦାସଙ୍କ ପରିବାରକୁ ଭେଟିବା ପାଇଁ ଆଜି ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ତେବେ ଆଜି ସନ୍ଧ୍ୟାରେ ନବ ଦାସଙ୍କ ପତ୍ନୀ ଶ୍ରୀମତୀ ମିନତୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଲୋକ ସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀମତୀ ଦାସଙ୍କ ବୈଠକ ହେବ । ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ନବ ଦାସଙ୍କ ପରିବାର ଲୋକଙ୍କୁ ଦୀର୍ଘ ସାତ ଘଣ୍ଟା ଧରି ଜେରା କରାଯାଇଥିଲା । ଏହା ପରେ ପରେ ନବ ଦାସଙ୍କ ପୁଅ ବିଶାଳ ଦାସ CBI ତଦନ୍ତ ପାଇଁ ଚିଠି ଲେଖି ପ୍ରସ୍ତୁତ ଥିବା ସୂଚନା ରହିଛି । ଉକ୍ତ ଚିଠିକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀମତୀ ଦାସଙ୍କ ମଧ୍ୟରେ ଆଲୋଚନା ହେବା ନେଇ ଚର୍ଚ୍ଚା ହେଉଛି । ପରିବାର ପକ୍ଷରୁ CBI ତଦନ୍ତ ପାଇଁ ସମସ୍ତେ ଦାବି କରୁଥିବା ବେଳେ ଆଜି ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଶ୍ରୀମତୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଚିଠି ଲେଖିଥିବା ବେଳେ ଆଜି ଭେଟିବା ପାଇଁ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପରିବାରର ସମସ୍ତେ ମିଶି ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done