ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ପ୍ରଥମେ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ ବୋଲି ପରିବାର ଲୋକେ କହୁଥିଲେ ଏବଂ ଏ ନେଇ ନବ ଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ଙ୍କୁ ଇମେଲ ମଧ୍ୟ କରିଥିଲେ।
ଏବେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ନବ ଦାସ ଙ୍କ ସରବାହାଲ ସ୍ଥିତ ବାସଭବନ ରେ ଦିପାଳୀ ଓ ବିଶାଳ ସମେତ ପରିବାର ଲୋକଙ୍କୁ ପଚରା ଉଚୁରା ଆରମ୍ଭ କରିଛି।
ଏହା ପୂର୍ବରୁ ମାର୍ଚ୍ଚ ୩ରେ ନବଙ୍କ ପୁଅ ବିଶାଳ ଓ ଝିଅ ଦିପାଳୀଙ୍କୁ ହାଜର ପାଇଁ କ୍ରାଇମବ୍ରାଞ୍ଚ ନୋଟିସ୍ ଦେଇଥିଲେ ହେଁ ଉଭୟ ହାଜର ହୋଇ ନଥିଲେ ।
ବରଂ ସମସ୍ତ ପଚରା ଉଚୁରା ଝାରସୁଗୁଡ଼ା ରେ ହିଁ କରାଯାଉ ବୋଲି ଦିପାଳୀ ଓ ବିଶାଳ କ୍ରାଇମବ୍ରାଞ୍ଚ କୁ ଅନୁରୋଧ କରିଥିଲେ।
ତେବେ ଏ ନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ ସହିତ କ୍ରାଇମବ୍ରାଞ୍ଚ ଡିଏସପି ଦୀପ୍ତିମୟୀ ମଲ୍ଲିକ ନବ ଦାସଙ୍କ ସରବାହାଲ ଘରେ ଉପସ୍ଥିତ ରହି ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି ।
0 Comments