ନବଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କଲେ ନବ ଦାସଙ୍କ ପତ୍ନୀ


 ନବ ଦାସ ହତ୍ୟା ମାମଲା ରେ ନୂଆ ମୋଡ଼, ଇ ମେଲ୍ ଜରିଆରେ ସିବିଆଇ ତଦନ୍ତ ମାଙ୍ଗ କରିଛନ୍ତି ସ୍ବର୍ଗତ ନବ ଦାସ ଙ୍କ ପତ୍ନୀ। 

ଝାରସୁଗୁଡ଼ା ପୂର୍ବତନ ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ମାମଲା କୁ ନେଇ ଆସିଲା ଏକ ନୂଆ ମୋଡ଼। ସ୍ବର୍ଗତ ନବ ଦାସ ଙ୍କ ପତ୍ନୀ  ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି। ତେଣୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ଇ-ମେଲ ଲେଖିଛନ୍ତି। ଦୁଇ ମାସ ପୂର୍ବେ ଅର୍ଥାତ୍ ନବ ଦାସ୍ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ରେ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ ବୋଲି ଗଣମାଧ୍ୟମରେ କହିଥିଲେ। ହେଲେ ଏବେ ଏ ନେଇ ପରିବାର ପକ୍ଷରୁ ଲିଖିତ ଆବେଦନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସ୍ୱର୍ଗତ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଯିବାରୁ ଆବେଦନ ପ୍ରସଙ୍ଗକୁ ସ୍ୱୀକାର କରିବା ସହ ଉଭୟ ଇ-ମେଲ ଓ ଚିଠି ପଠାଇ ସାକ୍ଷାତକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିବା ଜଣାଇଛନ୍ତି । ମାର୍ଚ୍ଚ ପ୍ରଥମ ସପ୍ତାହରେ ନବ ଙ୍କ ପୁଅ ଏବଂ ଝିଅ ଙ୍କୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ପରିପ୍ରେକ୍ଷୀରେ ରେ ପଚରା ଉଚୁରା ପାଇଁ ନୋଟିସ ଦେଇଥିଲା। ତେବେ ବିଶାଳ ଦାସ ଏବଂ ଦୀପାଳି ଦାସ ହାଜର ହେବ ପାଇଁ ଆହୁରି ଅଧିକ ସମୟ ମାଗିଥିଲେ। ତେବେ ନବ ଙ୍କ ପତ୍ନୀ ଙ୍କ ଇମେଲ ଯୋଗେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା କଥା ଏବେ ନବ ଦାସ ହତ୍ୟା ମାମଲା ରେ ଏକ ନୂଆ ମୋଡ଼ ଆଣିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done