ଆଜି ବିଶ୍ବମହିଳା ଦିବସ ଅବସରରେ ସମଗ୍ର ନାରୀ ଜାତିକୁ ଅନେକ ଅନେକ ଶୁଭେଚ୍ଛା


 ମହିଳା ସେ ଜଣେ ସ୍ତ୍ରୀ, ଝିଅ, ଭଉଣୀ ଏବଂ ମାଆ । ଆଉ ସେହି ମହିଳା ମାନଙ୍କ ପାଇଁ ମାର୍ଚ୍ଚ ୮ କୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ।

ମହିଳା ମାନଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ରହିଥିବା ଅବଦାନ ଏବଂ ସେମାନଙ୍କୁ ଏ ସବୁ ଦିଗରେ ଆହୁରି ପ୍ରୋତ୍ସାହିତ କରିବା ପାଇଁ  ଏହି ମହିଳା ଦିବସ ପାଳନ କରାଯାଇଥାଏ । ସିଏ  ଝାନସି କି ରାନୀ ଲକ୍ଷ୍ମୀ ବାଇ ହୁଅନ୍ତୁ କି ସୁନୀତା ୱିଲିୟମସ, ସବୁ କ୍ଷେତ୍ରରେ ମହିଳା ମାନେ ଆଗୁଆ ଏବଂ ଶ୍ରେଷ୍ଠ। ଆଜିର ଯୁଗରେ ମହିଳା ମାନେ ପୁରୁଷ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି, ବରଂ କେତେକ କ୍ଷେତ୍ରରେ ପୁରୁଷ ଠୁ ମଧ୍ୟ ଆଗେଇ ଯାଇଛନ୍ତି। ଆମ ଦେଶରେ ସରଳା ଠାକ୍ରାଲ, 

ବିମାନ ପାଇଲଟ୍ ଲାଇସେନ୍ସ ପାଇବା ଏବଂ ବିମାନ ଉଡ଼ାଣ କରିଥିବା ପ୍ରଥମ ଭାରତୀୟ ମହିଳା, ଇନ୍ଦିରା ଗାନ୍ଧୀ

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ,  ବାଚେନ୍ଦ୍ରୀ ପାଲ ଏଭରେଷ୍ଟ ଶିଖରରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହିଳା, ସାନିଆ ମିର୍ଜା ଡବଲ୍ସରେ ବିଶ୍ୱ ନମ୍ବର 1 ରାଙ୍କିଂ ହାସଲ କରିଥିବା ପ୍ରଥମ ମହିଳା ଭାରତୀୟ ଟେନିସ୍ ଖେଳାଳି। ଏଭଳି ଆହୁରି କେତେ ମହିଳା ଅଛନ୍ତି ଯିଏ ଆମ ଦେଶକୁ ଗୌରବାନ୍ଵିତ କରିଛନ୍ତି ଏବଂ ଆଗକୁ କରୁଥିବେ ମଧ୍ୟ। ରୋଷେଇ ଶାଳ ରୁ ନେଇ ଦେଶ ର ଅର୍ଥିନିତି ସମ୍ଭାଲୁ ଥିବା ଆଉ କେହି ନୁହେଁ ଜଣେ ମହିଳା। ଏବଂ ଆଜିର ଏହି ଦିନରେ ସେହି ନାରୀଶକ୍ତି କୁ ସମ୍ମାନ ଦେବା ଆମର ପ୍ରଥମ କର୍ତ୍ତବ୍ୟ ସାଜିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done