ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଇତିହାସ ରଚିଛି। କାର୍ଯ୍ୟକ୍ଷମ ହେବା ପରଠାରୁ ବୀର ସୁରେନ୍ଦ୍ର ସାଏ ବିମାନ ବିମାନବନ୍ଦର 18,000 ବିମାନ ଚଳାଚଳ ର ରେକର୍ଡ କରିଛି। ଏବଂ 13.67 ଲକ୍ଷ ଯାତ୍ରୀଙ୍କ ପାଇଁ ଆକାଶ ଯାତ୍ରାରେ ସୁବିଧା ଯୋଗାଇ ଦେଇଛି । ଯାହା ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ। ତେଣୁ ଏ ନେଇ ଟାଇର-2 ଏବଂ ଟାଇର-3 ସହରଗୁଡ଼ିକରେ ବିମାନ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ବିମାନ ଯାତ୍ରାକୁ ଅଧିକ ସୁଗମ ଏବଂ ସୁଲଭ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହା ଦ୍ଵାରା ଆଗାମୀ ଦିନରେ ଝାରସୁଗୁଡା ବିମାନବନ୍ଦରର ଆର୍ଥିକ ବିକାଶ ପ୍ରୋତ୍ସାହିତ ହେବ ଏବଂ ଏହା ସହିତ ଆଞ୍ଚଳିକ ବିମାନ ସଂଯୋଗୀକରଣକୁ ମଧ୍ୟ ଉନ୍ନତ କରିବ।
0 Comments