ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ କରାଯାଇଛି। ଏଣିକି ମାର୍ଚ୍ଚ ୫ ରେ ଖୋଲା ରହିବ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ । ଆଉ ମାର୍ଚ୍ଚ ୫ ରେ ମିଳିବନି ସରକାରୀ ଛୁଟି। ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ କୁ ମାର୍ଚ୍ଚ ୫ ରେ ପଞ୍ଚାୟତି ରାଜ ଦିବସ ଭାବେ ପାଳନ କରାଯାଉଥିଲା, ତେବେ ସରକାର ଏବେ ମାର୍ଚ୍ଚ ୫ ଅପେକ୍ଷା ଏପ୍ରିଲ ୨୪ ରେ ପଞ୍ଚାୟତି ରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ତେଣୁ ମାର୍ଚ୍ଚ ୫ ରେ ସମସ୍ତ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାନୁଷ୍ଠାନ ଖୋଲା ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅନ୍ୟପକ୍ଷେ ଏ ନେଇ ରାଜନୀତି ସରଗରମ ହେବାର ଲାଗିଛି। ବିଜୁ ବାବୁଙ୍କ ନା ଓଡ଼ିଶାରେ କୌଣସି ସ୍ଥାନରେ ନ ରହୁ ବୋଲି ବିଜେଡି ଦଳ ବୟାନ ଦେଇଛି। ଏହି ମଧ୍ୟରେ ପଞ୍ଚାୟତି ରାଜ ଦିବସ ମାର୍ଚ୍ଚ ୫ ନା ଏପ୍ରିଲ ୨୪ ରେ ପାଳନ କରିବାକୁ ନେଇ ବିଚାର ବିମର୍ଶ ଚାଲିଥିବା ବେଳେ ଏପ୍ରିଲ ୨୪ ରେ ପଞ୍ଚାୟତି ରାଜ ଦିବସ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି।
0 Comments