ସରଵାହାଲ ଦୁର୍ଗା ମଣ୍ଡପରେ ଚବିଶ ପ୍ରହରି ନାମଯଞ୍ଜ ଅନୁଷ୍ଠିତ।


 ସରଵାହାଲ ଦୁର୍ଗା ମଣ୍ଡପରେ ଚବିଶ ପ୍ରହରି ନାମଯଞ୍ଜ ଅନୁଷ୍ଠିତ। ଝାରସୁଗୁଡ଼ା ସହରର ସରଵାହାଲ ଦୁର୍ଗା ମଣ୍ଡପରେ ଚବିଶ ପ୍ରହରି ନାମଯଞ୍ଜ ଅନୁଷ୍ଠିତ ହୋଇଯାଇଛି।  ଗତ ଵୂ୍ଧବାର ଦିନ ଶହେ ଆଠ ଜଣ ମହିଳା ସ୍ଥାନୀୟ ପୋଖରୀ ରୁ ପାଣି ଆଣି ଶୁଭ ଅଧିବାସ ହୋଇଥିବା ବେଳେ ଗୁରୁବାର ସକାଳ ଦଶଟା ସମୟରୁ ହରିରାମ ଧରିଥିଲେ । ‌ଗତ ଦୁଇ ଦିନ ହେବ ସନ୍ଧ୍ୟା ସମୟରେ ଭକ୍ତମାନଙ୍କର ଜନସମାଗମ ଦେଖିବାକୁ ମିଳୀଛି। ଆଜି ଛପନ ଭୋଗ ଲାଗିଛି। ଚବିଶ ପ୍ରହରି ନାମଯଞ୍ଜ କୁ ପୂଜକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପୂଜା କାର୍ଯ ତୁଲାଉଥିଵା ବେଳେ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତିି ସରୋଜ ପାଢୀ ଓ ତାଙ୍କ ପତ୍ନୀ ସୁବ୍ରତା ପାଢ଼ୀ କାର୍ଯ୍ୟ ତୁଲାଉଛନ୍ତି ।ଏହି ଅବସରରେ ସରଵାହାଲ ତଲିପଡା ଗୌଡପଡା କେ କଟାପାଲି କିରତମାଲ ପାଣେରମାଲ  ସାପଡା ରଘୁନାଥପାଲି ସମେତ ଆଖପାଖ ଅଞ୍ଚଳର କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିବା ବେଳେ ରବିବାର ନଗର ସଂକୀର୍ତ୍ତନ ଦଧି ହାଣ୍ଡି ଭଞ୍ଜନ ପ୍ରସାଦ ସେବନ ଓ ମହନ୍ତ ବିଦାୟ ଅନୁଷ୍ଠିତ ହେଵ।ଏହି ଚବିଶ ପ୍ରହରି ନାମଯଞ୍ଜ ସରଵାହାଲ ଗ୍ରାମବାସୀବୃନ୍ଦ ସହୋଯୋଗରେ ଅନୁଷ୍ଠିତ ହେଉଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done