ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପାଇଁ ରାଜ୍ୟ ସରକାର ଙ୍କ ପ୍ରସ୍ତୁତି। ଅଘୋଷିତ ବିଜୁଳି କାଟ ହେବ ନାହିଁ।


 ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପାଇଁ ରାଜ୍ୟ ସରକାର ଙ୍କ ପ୍ରସ୍ତୁତି। ଅଘୋଷିତ ବିଜୁଳି କାଟ ହେବ ନାହିଁ।

ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଆସିଲା ବଡ଼ ବୟାନ। ଏଣିକି ବିଜୁଳି ବିଲ ଦେଇନଥିବା ଲୋକଙ୍କର ଖରା ମାସରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯିବ ନାହିଁ। ଏଥି ସହିତ ଲୋକଙ୍କୁ ପୂର୍ବରୁ ସୂଚନା ନ ଦେଇ ବିଦ୍ୟୁତ୍ ପ୍ରବାହ ବନ୍ଦ କରାଯିବ ନାହିଁ । ଗ୍ରୀଷ୍ମ କାଳରେ ଲୋକେ ଯେପରି ହଇରାଣ ନ ହୁଅନ୍ତୁ ସେଥିପାଇଁ ଏ ସବୁ ଗ୍ରୀଷ୍ମ ପ୍ରବାହ ମୁକାବିଲା ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଅଚଳ ନଳକୂପ ୪୮ ମଧ୍ୟରେ ମରାମତି ହେବ, ଗୃହପାଳିତ ଓ ବୁଲା ପଶୁ ପକ୍ଷୀ ଙ୍କ ପାଇଁ ଆଶ୍ରୟ ସ୍ଥଳୀ କରାଯିବ। ଏପଟେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହା ମଧ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରିଛନ୍ତି। ସହରାଞ୍ଚଳରେ ଯେପରି ପାନୀୟ ଯୋଗାଣ ସଠିକ୍ ଭାବେ ହେବା ଏବଂ କୌଣସି ଅସୁବିଧା ହେଲେ ୨୪ ଘଣ୍ଟା ଭିତରେ ତାହା ଯେପରି ସମାଧାନ କରାଯିବ ସେ ନେଇ ସେ ବିଭାଗୀୟ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ସମସ୍ତ ଙ୍କୁ ୱାଟସଆପ ଏବଂ ଏସଏମଏସ ମାଧ୍ୟମରେ ଗ୍ରୀଷ୍ମ କାଳୀନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଲୋକେ ଯେପରି ଗ୍ରୀଷ୍ମ ପ୍ରବାହ ଦିଗରେ ସଚେତନ ହେବେ ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done