ମହାଶିବରାତ୍ରି, "ଶିବଙ୍କ ମହାରାତ୍ରି" ହେଉଛି ଭାରତର ଆଧ୍ୟାତ୍ମିକ କ୍ୟାଲେଣ୍ଡରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ।
ପ୍ରତ୍ୟେକ ଚନ୍ଦ୍ର ମାସର ଚତୁର୍ଦ୍ଦଶ ଦିନ କିମ୍ବା ଅମାବାସ୍ୟାର ପୂର୍ବ ଦିନକୁ ଆମେ ଶିବରାତ୍ରି ରୂପେ ପାଳନ କରିଥାଉ। କ୍ୟାଲେଣ୍ଡରେ ଘଟୁଥିବା ସମସ୍ତ ବାରଟି ଶିବରାତ୍ରି ମଧ୍ୟରୁ, ଫେବୃଆରୀ-ମାର୍ଚ୍ଚ ମାସରେ ହେଉଥିବା ମହାଶିବରାତ୍ରି ଆଧ୍ୟାତ୍ମିକ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ରାତ୍ରିରେ, ଗ୍ରହର ଉତ୍ତର ଗୋଲାର୍ଦ୍ଧ ଏପରି ଭାବରେ ଅବସ୍ଥିତ ହୁଏ ଯେ ସମସ୍ତ ପ୍ରାଣୀ ଭିତରେ ଶକ୍ତିର ଏକ ପ୍ରାକୃତିକ ଉତ୍ଥାନ କରିଥାଏ। ସେହି ଶକ୍ତି କୁ ଏକ ସଠିକ୍ ଦିଗରେ ଉପଯୋଗ କରିବା ପାଇଁ ଲୋକେ ରାତିସାରା ଜାଗ୍ରତ ରହି ମହା ଶିବରାତ୍ରି ପାଳନ କରନ୍ତି।
ଆଧ୍ୟାତ୍ମିକ ପଥରେ ଥିବା ଲୋକଙ୍କ ପାଇଁ ମହାଶିବରାତ୍ରି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ସାଂସାରିକ ଲୋକଙ୍କ ପାଇଁ ଏବଂ ବିଶ୍ୱର ମହତ୍ୱାକାଂକ୍ଷୀମାନଙ୍କ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ସାଂସାରିକ ଲୋକମାନେ ମହାଶିବରାତ୍ରିକୁ ଶିବଙ୍କ ବିବାହ ବାର୍ଷିକୀ ଭାବରେ ପାଳନ କରନ୍ତି। କିନ୍ତୁ, ତପସ୍ୱୀମାନଙ୍କ ପାଇଁ, ଏହା ସେହି ଦିନ ଯେଉଁଦିନ ପ୍ରଭୁ ଶିବ କୈଳାସ ପର୍ବତ ସହିତ ଏକ ହୋଇଗଲେ। ସେ ଏକ ପର୍ବତ ପରି ହୋଇଗଲେ - ସମ୍ପୂର୍ଣ୍ଣ ସ୍ଥିର। ଯୋଗ ପରମ୍ପରାରେ, ଶିବଙ୍କୁ ଈଶ୍ୱର ଭାବରେ ପୂଜା କରାଯାଏ ନାହିଁ, ବରଂ ତାଙ୍କୁ ଆଦିଗୁରୁ ଭାବରେ ବିବେଚନା କରାଯାଏ, ଯାହାଙ୍କଠାରୁ ଯୋଗ ବିଜ୍ଞାନର ଉତ୍ପତ୍ତି ହୋଇଥିଲା। ବହୁ ସହସ୍ରାବ୍ଦ ଧ୍ୟାନରେ ରହିବା ପରେ, ଗୋଟିଏ ଦିନ ସେ ସମ୍ପୂର୍ଣ୍ଣ ସ୍ଥିର ହୋଇଗଲେ। ସେହି ଦିନ ହେଉଛି ମହାଶିବରାତ୍ରି। ତେବେ ମୁଖ୍ୟତଃ ଭାରତ ର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ରାତି ଉଜାଗର ରହି ଶିବ ଙ୍କ ଆରାଧନା କରନ୍ତି। ଝାରସୁଗୁଡ଼ା ରେ ମଧ୍ୟ ଝାଡେଶ୍ୱର ମନ୍ଦିରରେ ମଧ୍ୟ ମହାଶିବରାତ୍ରି ପାଳନ କରାଯାଉଛି। ଯେଉଁଠି ଝାରସୁଗୁଡ଼ା ବସି ଶ୍ରାଦ୍ଧ ର ସହିତ ମହାଶିବରାତ୍ରି ରେ ପ୍ରଭୁ ଶିବଙ୍କୁ ଆରାଧନା କରିପାରିବେ।
0 Comments