ଏଣିକି ବର୍ଷକୁ ଦୁଇ ଥର ହେବ CBSE ବୋର୍ଡ ପରୀକ୍ଷା। ୨୦୨୬ ରୁ ଲାଗୁ ହେବ ଏହି ପରୀକ୍ଷା ପଦ୍ଧତି।


 ଏଣିକି ବର୍ଷକୁ ଦୁଇ ଥର ହେବ CBSE ବୋର୍ଡ ପରୀକ୍ଷା। ୨୦୨୬ ରୁ ଲାଗୁ ହେବ ଏହି ପରୀକ୍ଷା ପଦ୍ଧତି।


ଏବେ ସାରା ଦେଶରେ ଚାଲିଛି ବୋର୍ଡ ପରୀକ୍ଷା। ଛାତ୍ର ଛାତ୍ରୀ ମାନଙ୍କୁ ଏ ନେଇ ଚାପ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଜାତୀୟ ଶିକ୍ଷା ନୀତି ରେ ପ୍ରସ୍ତାବ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ଧର୍ମେନ୍ଦ୍ର ପ୍ରଧାନ ଏକ ଉଚ୍ଚ ସ୍ତରୀୟ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। କେବଳ ମ୍ୟାଟ୍ରିକ ନୁହେଁ ବରଂ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା କୁ ମଧ୍ୟ ବର୍ଷକୁ ଦୁଇ ଥର କରାଯିବା ପାଇଁ ପ୍ରସ୍ତାବ ରହିଛି। CBSE ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପ୍ରତିବର୍ଷ ଫେବୃୟାରୀ ରୁ ମାର୍ଚ୍ଚ ହେଉଛି ତେବେ ନୂଆ ଶିକ୍ଷା ନୀତି ସଂସ୍କାର ଅନୁସାରେ ବର୍ଷକୁ ଫେବୃୟାରୀ - ମାର୍ଚ୍ଚ ପ୍ରଥମ ଏବଂ ମେ ମାସରେ ଦ୍ଵିତୀୟ ପରୀକ୍ଷା ହେବ ବୋଲି କୁହାଯାଉଛି। ମୁଖ୍ୟତଃ ଛାତ୍ର ଛାତ୍ରୀ ମାନଙ୍କୁ ଚାପ ମୁକ୍ତ କରିବା ପାଇଁ CBSE ଏଭଳି ପଦକ୍ଷେପ ନେଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done