ପଞ୍ଚପଡା ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସର ରେ ପଞ୍ଚପଡା କ୍ଲଷ୍ଟର ର ସିଆରସିସି ସୁରଜ ପଟେଲ ଙ୍କ ପ୍ରେରଣାରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ। ଶ୍ରୀମତୀ ମମତା ସିଂହ ଉଦ୍ଘାଟନ କରିଥିବା ବେଳେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ଦିଗାମ୍ବର ମାଝୀ, ତେଜରାଜ୍ ସାହୁ ଆଦି ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ। ପ୍ରିୟଙ୍କା ସାହୁ , ରଞ୍ଜିତା ନାଏକ,ଚନ୍ଦ୍ରିକା କିଶାନ , ବୀଣାପାଣି ପ୍ରଧାନ,ଝରଣା ସାହୁ, ଗୋଲାପି ପାଣ୍ଡେ ଆଦି ଶତାଧିକ ଶିଶୁ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ସାମିଲ୍ ଥିଲେ।ବିଦ୍ୟାଳୟର ବଶିଷ୍ଠ ଆଚାର୍ଯ୍ୟ। ମନ୍ଦାକିନୀ ମାକର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଆଚାର୍ଯ୍ୟ। ତାରିଣୀ ପ୍ରିୟା ମହାନ୍ତି ଓଡ଼ିଆ ଭାଷା ର ବିକାଶ ଓ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ। ବିଦ୍ୟାଳୟର କିଛି ଶିଶୁ ଭଉଣୀ ଙ୍କୁ ନେଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ବିଦ୍ୟାଳୟର ସମ୍ପାଦକ ଆନ୍ତର୍ଜାତିକ ସ୍ତରରେ ଆମ ମାତୃ ଭାଷାକୁ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଆଜିର ଦିବସରେ ଆହ୍ବାନ କରିବା ସହିତ "ଆମ ଏ ଓଡ଼ିଆ ଭାଷା" ଶୀର୍ଷକ ଉପରେ ଏକ ନିଜସ୍ୱ ରଚିତ କବିତା ଆବୃତ୍ତି କରିଥିଲେ।ଓଡ଼ିଆ ଗଳ୍ପ,କବିତା, ବକୃତା ଓ ପ୍ରବନ୍ଧ ଉପରେ ସ୍ବତନ୍ତ୍ର ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ପରିଶେଷରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ। ସାରା ଓଡ଼ିଶାରେ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡିଶା ଙ୍କ ମାର୍ଗ ଦର୍ଶନ ରେ ପରିଚାଳିତ ସମସ୍ତ ଶିଶୁ ବିକାଶ ବିଦ୍ୟା ମନ୍ଦିରଗୁଡିକ ଆମ ମାତୃଭାଷା ଓଡ଼ିଆ ର ବିକାଶ ଓ ଓଡ଼ିଆ ସଂସ୍କୃତି ର ସୁରକ୍ଷା ପାଇଁ ଦୃଢ଼ ପ୍ରତିଶ୍ରୁତି ବଦ୍ଧ ବୋଲି କହିବା ସହିତ କାର୍ଯ୍ୟକ୍ରମ ର ସଫଳତା ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।
0 Comments