ଶିଶୁ ବିକାଶ ବିଦ୍ୟା ମନ୍ଦିର ପଞ୍ଚପଡ଼ା ପରିସରରେ ଆମ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇବାକୁ ଯାଇ ଏକ ଆଧ୍ୟାତ୍ମିକ ପରିବେଶରେ ଶିଶୁଙ୍କ ଜେଜେବାପା ଜେଜେମା ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କୁ ପଣ୍ଡିତ ଲଳିତ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ। ଶ୍ରୀମତୀ ମମତା ସିଂହ, ସମ୍ପାଦକ ଶ୍ରୀ ଦିଗାମ୍ବର ମାଝୀ,କୋଷାଧ୍ୟକ୍ଷ। ପ୍ରିୟଙ୍କା ସାହୁ ମଞ୍ଚାସିନ ଥିଲେ। ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ। ମନ୍ଦାକିନୀ ମାକର ଅତିଥି ଙ୍କ ପରିଚୟ ରଖିଥିଲେ । ସମ୍ପାଦକ ଶ୍ରୀ ମାଝୀ ତାଙ୍କର ସ୍ବାଗତ ଅଭିଭାଷଣ ରେ ଜେଜେବାପା ଜେଜେମା ଙ୍କ ସହିତ ଶିଶୁଙ୍କୁ ଆଜି ର ଦିନରେ ଏକାଠି କରିବା ଆମ ଓଡ଼ିଆ ସଂସ୍କୃତି ର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଚରିବେଦ ଓ ପଦ୍ମ ପୁରାଣ ଉପରେ ସଂକ୍ଷିପ୍ତ ଆକାରରେ ନିଜର ଅଭିଭାଷଣ ରଖିବା ସହିତ ଗ୍ରାହ୍ୟସ୍ଥ୍ୟ ଜୀବନରେ ପଦ୍ମ ପୁରାଣ ର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ।ଜେଜେବାପା ଜେଜେମା ଙ୍କ ମଧ୍ୟରେ ଶ୍ରୀମତି ରେବତୀ ପରିଡ଼ା, ଜୟ ଶଙ୍କର ପଟେଲ ,ତୋଷମତି ପଟେଲ, ପୁଷ୍ପଲତା ପଟେଲ, ସୁଭାଷ ଚନ୍ଦ୍ର ପଟେଲ, କେତକୀ ମଗର, ପାଙ୍କଜିନୀ ନଈ, ଭୂମୀସୂତା ବେହେରା, ଗଗନ ଗଉଡ,ତନୁ ଜେନା, ପୁତୁଲି ଦେବୀ, କଜ୍ଜ୍ୱଲ କଣ୍ଟା ଆଦି ଶତାଧିକ ଜେଜେବାପା ଜେଜେମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାକାର କରିଥିଲେ।ଉକ୍ତ ପୂଜନ ଉତ୍ସବ କୁ ଚନ୍ଦ୍ରିକା କିଶାନ, ଝରଣା ସାହୁ,ବୀଣାପାଣି ପ୍ରଧାନ ଆଦି ପରିଚାଳନା କରିଥିବା ବେଳେ ଶିକ୍ଷା ସହିତ ଏହି ପ୍ରକାର ର ସଂସ୍କୃତି ମୂଳକ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ତରଫରୁ ତାରିଣୀ ପ୍ରିୟା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
0 Comments