୨୭ତମ ମହାଶିବରାତ୍ରି ଜାଗର ଯାତ୍ରା,ମହାରାଜ କଂସ,ମଧୂମଙ୍ଗଳ ଓ ମହାମନ୍ତ୍ରୀଙ୍କୁ ବରଣ


 ବ୍ରଜରାଜନଗର - ଝାରସୁଗୁଡ଼ା ବ୍ଲକ ଚାନ୍ଦିନୀମାଲ ଗ୍ରାମରେ ଆସନ୍ତା ଫେବୃୟାରୀ ୨୪ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମହାଶିବରାତ୍ରି ଜାଗର ଯାତ୍ରା ମହୋତ୍ସବ ଅନଷ୍ଠିତ ହେବ । ଏହି ଅବସରରେ ଫେବୃୟାରୀ ୨୬ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି କଂସ ଦରବାର ଅନୁଷ୍ଠିତ ହେବ । ଏଥିପାଇଁ ବରଗଡ଼ ଚିଚିଣ୍ଡା ଗ୍ରାମର ଶ୍ରୀଯୁକ୍ତ ଝସକେତନ ପ୍ରଧାନଙ୍କୁ କଂସ ମହାରାଜ' ଭୂମିକାରେ ଓ ଶ୍ରୀଯୁକ୍ତ ପଞ୍ଚାନନ୍ଧ ବର୍ତ୍ତିଆଙ୍କୁ ମଧୂମଙ୍ଗଳ' ଭୂମିକାରେ ବରଣ କରାଯାଇଛି । ଏଥିସହ ମହାରାଜଙ୍କ କଂସ ଦରବାର ପାଇଁ ଆସନ୍ତା ଫେବୃୟାରୀ ୧୨ ତାରିଖ ଦିନ ଯାତ୍ରା ପଡ଼ିଆରେ ଶୁଭ ସ୍ତମ୍ଭ ସ୍ଥାପନ କରାଯିବ । ମହାଶିବରାତ୍ରି ଜାଗର ଯାତ୍ରା ଓ ପ୍ରସିଦ୍ଧ ଆଞ୍ଚଳିକ ଧନୁଯାତ୍ରା କମିଟିର ସଭାପତି ପ୍ରମୋଦ କୁମାର ପ୍ରଧାନ,ସମ୍ପାଦକ ପର୍ଶୁରାମ ରୋହିଦାସ,କୋଷାଧ୍ୟକ୍ଷ ଲିଙ୍ଗରାଜ ରୋହିଦାସ ଓ ଗ୍ରାମର ସଦସ୍ୟ ତଥା ଭଦ୍ରବ୍ୟକ୍ତି କିଶୋର ଚନ୍ଦ୍ର ପ୍ରଧାନ,ସୁନିଲ୍ ପ୍ରଧାନ,ହେମନ୍ତ ରୋହିଦାସ,ପଦ୍ମଲୋଚନ ରୋହିଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା ଭାବେ ଯୋଗଦାନ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done