ଜମେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ପାଳିତ


 ଜମେରା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି l   ଏଥିରେ ବିଦ୍ୟାଳୟ ର ଶିକ୍ଷ ୟତ୍ରୀ  ଶ୍ରୀ ମତି କାଞ୍ଚନ ବେସନ ସ୍ୱାଗତ ଭାଷଣ ଦେଇଥିବା ବେଲେ ବରିଷ୍ଠ ଶିକ୍ଷକ ଶ୍ରୀମାନ ନୀଳାଦ୍ରି ପଟେଲ ଅତିଥି ପରିଚୟ ପ୍ରଦାନ କରଥିଲେ, ଶିକ୍ଷୟତ୍ରୀ ବେଦମତି ପାଣ୍ଡେ ଙ୍କ ସଭା ପରିଚାଳନାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ l


ଏଥିରେ ମୁଖ୍ୟଅତିଥି  ଭାବରେ ଏକ୍ସନ ଇସ୍ପାତ  ମାରାକୁଟା  ର ମୁଖ୍ୟ ଶ୍ରୀ ଚରଣ କୁମାର ଜେନା, ଯୋଗ ଦେଇଥିବା ବେଲେ ସମ୍ମାନିତ ଅତିଥି ଭାବରେ  ଗ୍ରାମ୍ୟ ଶିକ୍ଷା କମିଟି ର ସଭାପତି ନରୋତମ ସାହୁ  ଯୋଗଦେଇଥିଲେ 

ମୁଖ୍ୟ ବକ୍ତା ଭାବରେ ଆଦର୍ଶ ପଂଚାୟତ ହାଇସ୍କୁଲ ସ୍କୁଲ  ଜମେରା ର ବିଜ୍ଞାନ ଶିକ୍ଷକ କିଶୋର କୁମାର ମହାନ୍ତି ଯୋଗ ଦେଇ ବିଦ୍ୟାଳୟ ର  ଛତ୍ରଛାତ୍ରୀଙ୍କୁ  ସୁସ୍ଥ ଶରୀର ପାଇଁ କ୍ରୀଡା ର ଆବଶ୍ୟକ ତା ଓ ଉପାଦେୟତା ବିଷୟରେ  ବୁଝାଇଥିଲେ ଝାରସୁଗୁଡା ବ୍ଲକ  ଶିକ୍ଷା ବିଭାଗର  ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ /ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମାନ ରବୀନ୍ଦ୍ର କୁମାର ସାହୁ  ସଭାପତିତ୍ୱ କରି ବିଦ୍ୟାଳୟ ର ସର୍ବାଙ୍ଗୀନଉନ୍ନତି କାମନା  କରିଥିଲେ, ସଭାରେ ଅନ୍ୟତମ  ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦ୍ବୟ  ଶ୍ରୀ ମାନ ସୁଶାନ୍ତ ହୋତା  ଓ ଅଜୟ ପାଟ ଯୋଶୀ,ସ୍ଥାନୀୟ ସରପଞ୍ଚ, ପୁରାତନ ଛାତ୍ର ସଂଗଠନ  ଆଦର୍ଶ ପଂଚାୟତ ଉଚ୍ଚ ବିଦ୍ୟାଳୟ ଗ୍ରୁପର  ସଭାପତି  ସୁରୁ ବାବୁ, ଚନ୍ଦ୍ରକାନ୍ତ ମିରିଗ, ମନୋଜ ସିଂ , ହୁସେନ ଖରସେଲ,  ମାରାକୁଟା ଗ୍ରାମର ପରମେଶ୍ୱର ବୀରତିଆ . ହାଇସ୍କୁଲ ର ସୁରମା ପଟେଲ ଓ ପୂର୍ବତନ ସରପଞ୍ଚ ରାଜକୁମାର ବୁଡ଼ା ମଂଚାସୀନ ଥିଲେ.    ବରିଷ୍ଠ ଶିକ୍ଷକ ନୀଳାଦ୍ରୀ ପଟେଲ  ପୁରସ୍କାର ଘୋଷଣା କରୁଥିବା ବେଲେ ଅତିଥି ମାନେ ଛାତ୍ର ଛାତ୍ରୀ ଙ୍କୁ   ପୁରସ୍କାର  ପ୍ରଦାନ କରିଥିଲେ, ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ମାନ ପ୍ରମୋଦ ବଢ଼େଇ, ସନ୍ତୋଷ ଖରସେଲ ଓ ଶିକ୍ଷୟିତ୍ରୀ ଯଶୋଦା ଗରଡିଆ ଏବଂ ଗ୍ରାମ୍ୟ ଶିକ୍ଷା କମିଟି ର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥଲେ ଶେଷରେ ଶ୍ରୀ ପଟେଲ ଧନ୍ୟବାଦ ଅର୍ପଣ କରିଥଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done