ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡ଼ିଶା ଙ୍କ ମାର୍ଗ ଦର୍ଶନ ରେ ପରିଚାଳିତ ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସର ରେ ଶତାଧିକ ଶିଶୁଙ୍କ ଗହଣରେ ମୁଖ୍ୟ ଅତିଥି ପ୍ରେମାନନ୍ଦ ପଟେଲ ଓ ସମ୍ମାନୀତ ଅତିଥି ଆଚାର୍ଯ୍ୟ ତେଜରାଜ୍ ସାହୁ ଙ୍କ ଉପସ୍ଥିତିରେ ଆନନ୍ଦ ଉଲ୍ଲାସର ସହ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି।ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ। ମନ୍ଦାକିନୀ ମାକର୍ ମଞ୍ଚାସିନ ଅତିଥିଙ୍କ ପରିଚୟ ରଖିଥିବା ବେଳେ ମଞ୍ଚାସିନ ଥିବା ବିଦ୍ୟାଳୟର ସମ୍ପାଦକ ଶ୍ରୀ ଦିଗାମ୍ବର ମାଝୀ ତାଙ୍କ ଓଜସ୍ୱୀ ଭାଷଣରେ ଆମ ଅଖଣ୍ଡ ଭାରତ ନିର୍ମାଣ ପାଇଁ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ବୀରତ୍ୱର ପ୍ରେରଣା ଆଗାମୀ ଭବିଷ୍ୟତ ର ପିଢ଼ି ପାଇଁ ଶକ୍ତି ଓ ସାହସ ଆଣିଦେବ ବୋଲି କହିଥିଲେ।ଆଚାର୍ଯ୍ୟ ତେଜରାଜ ସାହୁ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ବୀରତ୍ୱର ଗାଥା ନିଜ ବକ୍ତବ୍ୟ ରେ ଆଲୋକପାତ କରିଥିଲେ।ଶିଶୁଙ୍କ ମଧ୍ୟରେ ସ୍ନେହାଶ୍ରୀ ବିଶ୍ଵାଳ ଭାଷଣ ଦ୍ଵାରା ଓ ରୂପାଲୀ ନରବେଣା ସଙ୍ଗୀତ ଦ୍ଵାରା ସେହି ବୀର ପୁରୁଷ ଙ୍କ ମନେପକାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜିତା ନାଏକ, ଚନ୍ଦ୍ରିକା କିଶାନ,ତାରିଣୀ ପ୍ରିୟା ମହାନ୍ତି, ବର୍ଷା ରାଣୀ ଦୋରା, ଝରଣା ସାହୁ, ବୀଣା ପାଣି ପ୍ରଧାନ, ମୈଥିଳୀ ସାହୁ, ଗୋଲାପୀ ପାଣ୍ଡେ ଆଦି ଉପସ୍ଥିତ ରହି ଦୁଇ ମହାପୁରୁଷ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ପ୍ରଦାନ କରିଥିଲେ।ପରିଶେଷରେ ବିଦ୍ୟାଳୟ ର କୋଷାଧ୍ୟକ୍ଷା ପ୍ରିୟଙ୍କା ସାହୁ ଧନ୍ୟବାଦ୍ ଅର୍ପଣ କରି ସଭାର ପରିସମାପ୍ତି ଘୋଷଣା କରିଥିଲେ।
0 Comments