ଝାରସୁଗୁଡାରେ ଗମନାଗମନର ବହୁତ ଭଲ ସୁବିଧା ରହିଛି । ଲୋକେ ସିଧାସଳଖ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା ପରି ବିଭିନ୍ନ ସହରରୁ ସିଧାସଳଖ ଝାରସୁଗୁଡା କୁ ଯିବାଆସିବା କରିପାରୁଛନ୍ତି, ଏହା ସହିତ ଏଠି ରହଣି ପାଇଁ ତାରକା ହୋଟେଲ ଓ ରିସର୍ଟ ମଧ୍ୟ ଉପଲବ୍ଧ ହେଲାଣି ତେଣୁ ଝାରସୁଗୁଡା ରେ ପର୍ଯ୍ୟଟନ କୁ ପ୍ରୋତ୍ସାହନ ଦିଆଯାଉ। ଏ ଜିଲ୍ଲା ଶିଳ୍ପ ଓ ଖଣି ସମ୍ପନ ହୋଇଥିବା ଯୋଗୁଁ ଅନବରତ ବାହାରୁ ଲୋକଙ୍କ ଆଗମନ ହଉଚି ତେଣୁ ବିଭିନ୍ନ ସ୍ତରର ଲୋକେ ଏଠାରେ ବସବାସ କରୁଛନ୍ତି । ତେବେ କାର୍ଯ୍ୟ ବ୍ୟସ୍ତତାରୁ ସମୟ ବାହାରକରି କୌଣସି ଭଲ ସ୍ଥାନ ବୁଲିଯିବାକୁ ଇଛା ହେଲେ ମଧ୍ୟ ଝାରସୁଗୁଡାରେ ସେ ଭଳି ସ୍ଥାନ ନ ଥିବାରୁ ଲୋକଙ୍କୁ ନିରାଶ ହେବାକୁ ପଡୁଛି। ପର୍ଯ୍ୟଟନ କେବଳ ସାମାଜିକ ଅର୍ଥନୈତିକ ବିକାଶ ରେ ସହାୟକ ହୋଇନଥାଏ ଏହା ସହ ଉକ୍ତ ଅଞ୍ଚଳର ସଂସ୍କୃତି, ପରମ୍ପରା, ଭାଷା, ଇତିହାସ, ଖାଦ୍ୟ, ହସ୍ତତନ୍ତ କୁ ପ୍ରଚାର ପ୍ରସାର ରେ ପ୍ରମୁଖ ଭୂମିକା ନିଭେଇଥାଏ । ଯେହେତୁ ଝାରସୁଗୁଡା ପଶ୍ଚିମ ଓଡିଶାର ପ୍ରବେଶ ଦ୍ୱାର ତେଣୁ ଏଠାରେ ରେ ପର୍ଯ୍ୟଟନ ଉନ୍ନତି କରାଗଲେ ବାହାର ପର୍ଯ୍ୟଟକଙ୍କ ସଂଖ୍ୟା ବୁଦ୍ଧି ପାଇବା । ଏହା ଦ୍ୱାରା ଝାରସୁଗୁଡା ସମେତ ଅଂଚଳ ର ଅନ୍ୟାନ୍ୟ ଜିଲ୍ଲାର ଦର୍ଶନୀୟ ସ୍ଥାନ ଗୁଡ଼ିକ ମଧ୍ୟ କ୍ରମଶଃ ପ୍ରସିଦ୍ଧ ପାଇବ ।
0 Comments