ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ପୁଅ ଜିଉତିଆ ମହାସମାରୋହରେ ପାଳିତ


 ପୁଅ ଜିଉତିଆ ମହାସମାରୋହରେ ପାଳିତ। ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ପୁଅ ଜିଉତିଆ ମହାସମାରୋହରେ ପାଳିତ ହୋଇଯାଇଛି। ମାଁ ମାନେ ପୁଅମାନଙ୍କର ଦୀର୍ଘାୟୁ କାମନା କରିବା ସହିତ ତାଙ୍କର ସୁଭ ମାନସି ଏହି ଜିଉତିଆ ପାଳନ କରିଥାନ୍ତି।ସହରର ସରଵାହାଲ ଵୁଡାପଡା ଵୁରୋମାଳ ପୁରୁଣା ଵସ୍ତି ବଢେଇ ମୁଣ୍ଡା ବେହେରା ମାଳ ବିଟିଏମ ଏକାତାଲି ଚୈକିପଡା ବଡ଼ମାଳ ସମେତ ଆଖପାଖ ଅଞ୍ଚଳରେ ଗତ କାଲି ସନ୍ଧ୍ୟା ସମୟରେ ମାଁ ମାନେ ଏକତ୍ରିତ ହୋଇ ପୁଅ ଜିଉତିଆ ପାଳନ କରିଥିଲେ। ଆଜି ପାହାନ୍ତରୁ ମାଁ ମାନେ ଉଠି ନଦୀ ପୋଖରୀ ରେ ଗାଧେଇ ତୁଠରେ ପୃଜା ପାଠ କରିଥିଲେ। ଘରକୁ ଆସି ଶହେ ଆଠ ଦୁପ ଫୁଲ ଓ ଦୀପ ଲଗାଇ ପୁଅ ମାନଙ୍କୁ ଵନ୍ଦାଇ ଥିଲେ। ଏହି ଜିଉତିଆ ଦ୍ୱାରା ପୁଅମାନଙ୍କର ଆୟୁଷ ବଢ଼ିଥାଏ ଓ ଶରୀର ନିରୋଗ ରହିଥାଏ। ଏହି ପୁଅ ଜିଉତିଆ ମାଁ ଦୂର୍ଗା ଙ୍କୁ ଆରାଧନା କରାଯାଏ। ଏହି ପରିପ୍ରେକ୍ଷୀରେ  ସହରର ସରଵାହାଲ ଝଣ୍ଡାଛକ ପୁରୁଣା ବସଷ୍ଟାଣ୍ଡ ଵିଟିଏମ ମୁଖ୍ୟ ରାସ୍ତାରଦୁଇ ପାର୍ଶ୍ଵରେ ଅସ୍ଥାୟୀ ଦୋକାନ ଲଗାଇ ଦୁବ ଫୁଲ ସମେତ ବିଭିନ୍ନ ଫଳମୂଳ ବିକ୍ରି କରୁଥିବାବେଳେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done