କୋଲାବିରା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପାଳିତ ହୋଇଯାଇଛି l ଏହି ଅବସରରେ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର dr. ନରେଶ କୁମାର ସାହୁଙ୍କ ଆବାହନ ଏକ ସଭାର ଆଯୋଜନ ହେଇଥିଲା l ଅନୁଷ୍ଠିତ ସଭାକୁ ଶିକ୍ଷା ଅଧ୍ୟାପିକା ଗୁଣିକା ମାଶାନ୍ତ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ କଲେଜର ଅଧ୍ୟକ୍ଷ ଶ୍ରୀ ସୁଶୀଲ କୁମାର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ସହ ସମାଜ ସେବା ପ୍ରତି ମନୋନିବେଶ କରିବାକୁ ଆହ୍ୱାନ ଦେଇଥିଲେ l କଲେଜ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ସମ୍ମାନିତ ଅତିଥି ଅଧ୍ୟପିକା ସନ୍ଧ୍ୟାରାଣୀ ପୂଜାରୀ, ଅଧ୍ୟାପକ ସରୋଜ କୁମାର ପଟେଲ ,ଲବ ପ୍ରଧାନ , ସୁମନ୍ତ ପଟେଲ ପ୍ରମୁଖ ଯୋଗ ଦେଇଥିଲେ l
0 Comments