ଆଜି ପଞ୍ଚପଡା କ୍ଳଷ୍ଟରୀୟ ସୁରଭି କାର୍ଯ୍ୟକ୍ରମ ସରବେର୍ଣ୍ଣI ପ୍ରାଥମିକ ବିଦ୍ୟାଳୟ ପରିସରରେ ବେଶ ଉଲ୍ଲାସର ସହିତ ପଞ୍ଚପଡା ସିଆର ସି. ସି ଶ୍ରୀଯୁକ୍ତ ସୁରଜ ପଟେଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବକୁ ଝାରସୁଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପପ୍ରଜ୍ବଳନ ରୂପକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଝାରସୁଗୁଡା ବ୍ଲକ ଏବିଓ ଶ୍ରୀଯୁକ୍ତ ସୁଶାନ୍ତ ହୋତା ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ । ଅନ୍ୟମାଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଜ୍ବଳ ପଟେଲ, ପୂର୍ଣ୍ଣମିତା ନାଏକ, ନନ୍ଦିନୀ ପଟେଲ ଆଦି କାର୍ଯ୍ୟକ୍ରମରେ ମଞ୍ଚାସୀନ ରହିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଶିଶୁଙ୍କ ମଧ୍ୟରେ ଲୁଚିରହିଥିବା ପ୍ରତିଭା ଏପରି କାର୍ଯ୍ୟକ୍ରମ ଦ୍ୱାରା ଆଗକୁ ପ୍ରସ୍ପୁଟିତ ହେବେ ବୋଲି କହିଥିଲେ ।ଶ୍ରୀ ହେତା ଆଜିର ଶିଶୁମାନେ ଆଗାମୀ କାଲିର ଏ ଦେଶର ଭବିଷ୍ୟତ ବୋଲି ନିଜର ଅଭିଭାଷଣରେ କଥାରଖିଥିଲେ । ଏକତାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଲୋଚନା ପଟେଲ ଙ୍କ ପରିଚାଳନାରେ କ୍ଳଷ୍ଟର ପ୍ରାୟ ୧୨ଟା ବିଦ୍ୟାଳୟରୁ ଅନେକ ବଛା ବଛା ଶିଶୁଙ୍କ ମଧ୍ୟରେ ପ୍ରଶ୍ନମଞ୍ଚ, ବକୃତା, ଚିତ୍ର।ଙ୍କନ, ସଙ୍ଗୀତ ପରି ୧୦ଟିପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ଳଷ୍ଟରର ସହକାରୀ ଶିକ୍ଷକ ଶ୍ରୀ ଅଶୋକ ପଟ୍ଟନାୟକ ସମସ୍ତ ପ୍ରତିଯୋଗିତାକୁ ସୁଚାରୂ ରୂପେ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀ ମାନଙ୍କୁ ସମ୍ମାନୀତକରାଯିବା ସହିତ ଆଗାମୀ ବ୍ଲକସ୍ତରୀୟ ସୁରଭିକାର୍ଯ୍ୟକ୍ରମ କୋକ୍ସକୋଲୋନୀ ବିଦ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଭାଗନେବେ ବୋଲି ସିଆରସି. ସି ଶ୍ରୀଯୁକ୍ତ ସୁରଜ ପଟେଲ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ପଞ୍ଚପଡା କ୍ଳଷ୍ଟରର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ସହଯୋଗ କରିଥିବାବେଳେ ସରବେର୍ଣ୍ଣI ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜ୍ୟୋର୍ତିମୟୀ ବେହେରା ଧନ୍ୟବାଦ ଦେଇଥିଲେ ।
0 Comments