ଜଳୁଛି ପଶ୍ଚିମ ଓଡ଼ିଶା । ତାପମାତ୍ରା 45 ଡିଗ୍ରୀରୁ ରହୁଛି ତାପମାତ୍ରା । ଝାରସୁଗୁଡ଼ା ଜିଲ୍ଲାରେ ୪୭ ଡିଗ୍ରୀକୁ ବୃଦ୍ଧି ପାଇ ଜିଲ୍ଲାର ସବୁଠୁ ଉତ୍ତପ୍ତ ଜିଲ୍ଲା ଭାବରେ ରେକର୍ଡ ହୋଇଛି । ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଝାରସୁଗୁଡ଼ାରେ ଅଂଶୁଘାତରେ ଗଲାଣି ପାଞ୍ଚ ଜଣ ଟ୍ରକ୍ ଡ୍ରାଇଭରଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲାରେ ଖରାର ତାପମାତ୍ରା ସର୍ବାଧିକ ରହୁଛି । ଯାହାପାଇଁ ଜିଲ୍ଲାକୁ ରେଡ୍ ୱାର୍ଣିଂ ମଧ୍ୟ ଜାରି କରାଯାଇଛି । ଲୋକଙ୍କୁ ସଚେତନ କରାଯାଉଛି ଖରାରେ ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ଯିବା ପାଇଁ । ହେଲେ ଟ୍ରକ୍ ଡ୍ରାଇଭର ମାନେ କରିବେ କଣ? ଯଦି ସେମାନେ ଗାଡ଼ି ନ ଚଳାଇବେ ହେଲେ ତାଙ୍କ ଘର ଲୋକଙ୍କ ଭରଣପୋଷଣ କରିବେ କେମିତି ? ନିଜ ପରିବାରର ଭରଣପୋଷଣ ପାଇଁ ନିଜ ଜୀବନର ବାଜି ଲଗେଇ ବାହାରକୁ ଯାଉଛନ୍ତି । ଯାହାଫଳରେ ଅଂଶୁଘାତର ଶିକାର ହୋଇ ଝାରସୁଗୁଡ଼ା ଜିଲ୍ଲାରେ ସାତ ଜଣ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରକ୍ ଡ୍ରାଇଭର ମାନଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଲଖନପୁର ଥାନା, ବେଲପାହାଡ ଥାନା, ବଡ଼ମାଳ ଥାନା ଏବଂ କୋଲାବିରା ଥାନା ଅଂଚଳରେ ପୃଥକ୍ ପୃଥକ୍ ଭାବରେ ୭ ଜଣ ଡ୍ରାଇଭାରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି । ତେବେ ଏହି ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଅନ୍ୟପଟେ ଏହି ଦୁଃଖଦ ଘଟଣା ପରେ ପୋଲିସ୍ ପକ୍ଷରୁ ଟ୍ରକ୍ ଡ୍ରାଇଭର ମାନଙ୍କୁ ORS ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଗତକାଲି ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୪୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଏହା ସହିତ ଆଜି ମଧ୍ୟ ଜିଲ୍ଲା କୁ ରେଡ୍ ୱାର୍ଣିଂ ଜାରି କରାଯିବା ସହ ସର୍ବାଧିକ ୪୭ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାତି ବଢ଼ିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକେ ଖରାକୁ ନଜର ରେ ରଖି ଘରୁ ବାହାରକୁ ଯାଆନ୍ତୁ । ବିଶେଷ ଜରୁରୀ କାମ ନ ପଡ଼ିଲେ ଘରେ ରୁହନ୍ତି । ନିଜେ ସତର୍କ ରୁହନ୍ତୁ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ।
0 Comments