ଝାରସୁଗୁଡ଼ା :ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ଼ ହାସଲ କଲେ ବେଲପାହାଡ଼ ଅଞ୍ଚଳର ଫଳ ବ୍ୟବସାୟୀଙ୍କ ଝିଅ


 ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ଼ ହାସଲ କଲେ ବେଲପାହାଡ଼ ଅଞ୍ଚଳର ଫଳ ବ୍ୟବସାୟୀଙ୍କ ଝିଅ ରୂପା ସା । 

ଆଗକୁ ଆଇଏଏସ ଅଧିକାରୀ ହେବାର ରଖିଛନ୍ତି ସ୍ଵପ୍ନ ।

ବିନା ଟିଉସନ୍ ରେ ଦିନକୁ 8 ଘଣ୍ଟା ପରିଶ୍ରମ କରିବା ପରେ ପାଇଛନ୍ତି ସଫଳତା ।

ସଫଳତା ଆଗରେ ବାଧା ସୃଷ୍ଟି କରି ପାରିଲା ନି କୌଣସି ସମସ୍ୟା । 

ନିଜ ଲକ୍ଷ୍ୟକୁ ପାଇବା ପାଇଁ ବାପାଙ୍କ କାମରେ ସାହାଯ୍ୟ କରିବା ସହିତ ପାଠ ପଢାରେ କରୁଥିଲେ ପରିଶ୍ରମ । ଓଡ଼ିଶା ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏବଂ ଝାରସୁଗୁଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଏମିତି ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି ଯେଉଁ ମାନେ କଠିନ ପରିଶ୍ରମ କରି ନିଜର ଲକ୍ଷ ପ୍ରାପ୍ତ କରିଛନ୍ତି । ସେଥି ମଧ୍ୟରେ ବେଲପାହାଡ ଗିରିଧାରି ଲାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ରୂପା ସା ନିଜର କଠିନ ପରିଶ୍ରମ ବଳରେ ସଫଳତାର ଶିଖର ପ୍ରାପ୍ତ କରିଛନ୍ତି । ଗରିବ ଘରରୁ ଆସିଥିବା ରୂପା ହେଉଛନ୍ତି ବେଲପାହାଡ ଅଞ୍ଚଳରେ ଫଳ ବ୍ୟବସାୟୀ କରୁଥିବା ଓମ୍ ପ୍ରକାଶ ସାଙ୍କ ଝିଅ । ମାଟ୍ରିକ ପରୀକ୍ଷା ରେ A1 ଗ୍ରେଡ ଆଣି ସମସ୍ତଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ବାପାଙ୍କ କାର୍ଯ୍ୟରେ ସାହାଯ୍ୟ କରିବା ସହିତ ନିଜ ପାଠ ପଢାରେ ମଧ୍ୟ ନିଜକୁ ସବୁବେଳେ ନିୟୋଜିତ ରଖୁଥିଲେ ରୂପା । ଦିନକୁ 8 ଘଣ୍ଟା ପରିଶ୍ରମ କରି ସଫଳତା ହାସଲ କରିଛନ୍ତି ସେ । ଆଗକୁ କଲେଜ୍ ପଢା ସାରିବା ପରେ ଆଇଏଏସ ଅଧିକାରୀ ହେବାକୁ ସ୍ବପ୍ନ ରହିଛି ରୂପାଙ୍କ । ନିଜ ସଫଳତା ପଛରେ ରୂପାଙ୍କ ପରିବାର ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି । ରୂପାଙ୍କ ଏହି ସଫଳତା ରେ ପରିବାର ସହିତ ଅଞ୍ଚଳବାସୀଙ୍କ ଖୁସି ଦେଖିବାକୁ ମିଳିଛି । ଗରିବ ଝିଅ ଟିଏ ଯେତେବେଳେ ସଫଳତା ପାଏ ସାରା ଅଞ୍ଚଳ ତା ପାଇଁ ଖୁସି ପ୍ରକାଶ କରନ୍ତି । ଆଉ ଆଜି ତାହା ହିଁ ହେଇଛି ସମସ୍ତେ ରୂପାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ତାଙ୍କର ସଫଳତା ପାଇଁ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done