ଝାରସୁଗୁଡ଼ାରେ ବାଜି ମାରିଲା ବିଜେପି । ବିଜେଡ଼ିର ବିଜୟ ସମ୍ଭାବନା ବେଶ୍ ରହିଥିବା ବେଳେ ହେଲା କିନ୍ତୁ ଓଲଟା । ଝାରସୁଗୁଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ଗଣତି ଆରମ୍ଭରୁ ଆଗୁଆ ଥିଲେ । ହେଲେ ଶେଷ ପର୍ଯ୍ୟାୟକୁ ଆସୁ ଆସୁ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବାଜି ମାରି ନେଲେ । ଯେଉଁଠି ଦୀପାଳିଙ୍କ ବିଜୟ ସୁନିଶ୍ଚିତ ଦେଖା ଯାଉଥିବା ହଠାତ୍ ତାହା ଓଲଟି ଗଲା ଟଙ୍କଧରଙ୍କ ପଟକୁ । କମ୍ ବ୍ୟବଧାନରେ ରେ ଟଙ୍କଧର ଜିତିଥିଲେ ମଧ୍ୟ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟେଇ ଦେଇଛନ୍ତି ଟଙ୍କଧର । ୧୩୨୨ ଭୋଟ ରେ ଦୀପାଳି ଦାସଙ୍କୁ ପଛରେ ପକାଇ ଟଙ୍କଧର ତ୍ରିପାଠୀ ବିଜୟ ହାସଲ କରିଛନ୍ତି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ।
0 Comments