ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ଉପରେ ଗାଇ ଗୋରୁ ଶୋଉଥିଵାରୁ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବା ଅଭିଯୋଗ


 ମୁଖ୍ୟ ରାସ୍ତା ଉପରେ ଗାଇ ଗୋରୁ ଟ୍ରାଫିକ ସମସ୍ୟା ଗୁରୁତର। ଶିଳ୍ପ ନଗରୀ ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ଉପରେ ଗାଇ ଗୋରୁ ଶୋଉଥିଵାରୁ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବାର ଦୀର୍ଘ ଦିନରୁ ଅଭିଯୋଗ ହେଉଛି।ସହରର ସରଵାହାଲ ଠାରୁ ବେହେରାମାଲ ଓ ବିଟିଏମ ଠାରୁ ବଢେଇ ମୁଣ୍ଡା ମୁଖ୍ୟ ରାସ୍ତା ଉପରେ ଦୀର୍ଘ ଦିନରୁ ଗାଇ ଗୋରୁ ଶୋଉଥିଵାରୁ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। ଗୋଟିଏ ପଟେ ସହରର ମୁଖ୍ୟ ରାସ୍ତା ଅଣ ଓସାରିଆ ରାସ୍ତା ସାଙ୍ଗକୁ ରାସ୍ତା କୁ ଲାଗି ଅସ୍ଥାୟୀ ଦୋକାନ ଖୋଲୁଥିବା ରୁ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବା ବେଳେ ଅନ୍ୟପଟେ ଗାଇ ଗୋରୁ ପାଇଁ ଟ୍ରାଫିକ ସମସ୍ୟା କୁ ଦୁଇ ଗୁଣିତ କରୁଛି।ସହରର ମୁଖ୍ୟ ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଗାଡ଼ି ଚାଲୁଥିବା ବେଳେ ଗାଇ ଗୋରୁ ପାଇଁ ଗାଡ଼ି ଚାଳକ ଶିଳ୍ପାନୁଷ୍ଠାନ କର୍ମଚାରୀ ଛାତ୍ର ଛାତ୍ରୀ ସମେତ ବାଟୋଇ ଯିବା ଆସିବା ସମୟରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ଛୋଟ୍ ବଡ଼ ଦୁର୍ଘଟଣା ଘଟୁଥିଵାର ପରିଲକ୍ଷିତ ହେଉଛି। ସହରର ବାଇପାସ୍ ସମେତ ମୁଖ୍ୟ ରାସ୍ତା ଉପରେ ଗାଇ ଗୋରୁ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରୁଥିବା ବେଳେ ଆହତ ମଧ୍ୟ ହେଉଛନ୍ତି। କିଛି ମାସ ତଳେ ସରଵାହାଲ ପର୍ଶୁରାମ ଛକ ମୂଖ୍ୟ ରାସ୍ତା ଉପରେ ଅଜଣା ଗାଡ଼ି ଧକ୍କାରେ ଏକ ଗାଇ ମୃତ୍ୟୁ ବରଣ କରିଥିଲା।ସହରର ଗାଇ ମାଲିକ୍ ମାନେ ଗାଇ ଗୋରୁ ଛାଡି ଦେଉଥିଵାରୁ ଗାଇ ଗୋରୁ ରାସ୍ତା ଉପରେ ବୁଲୁଥିବା ବେଳେ ପୌରପରିଷଦ ପକ୍ଷରୁ ବ୍ୟାପକ ପଦକ୍ଷେପ ନେଉ ନଥିବାର ପରିଲକ୍ଷିତ ହେଉଛି। ଏଥିପ୍ରତି ପୌରପରିଷଦ ପକ୍ଷରୁ ବ୍ୟାପକ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦୀର୍ଘ  ଦିନରୁ ଦାବି ହେଉଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done