କୋଲାବିରା ସ୍ନାତକ ମହାବିଦ୍ୟାଳୟରେ କ୍ରୀଡା ମହୋତ୍ସବ ଉଦଯାପିତ


 କୋଲାବିରା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା ଅଧୀନରେ ଚାଲିଥିବା କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶୀଲ କୁମାର ନାୟକ ଯୋଗଦେଇଥିଲେ l ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟପିକା ସନ୍ଧ୍ୟାରାଣୀ ପୂଜାରୀ , ଅଧ୍ୟାପକ ନୃପରାଜ ଭୋଇ, dr ନରେଶ ସାହୁ, ଲବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l କ୍ରୀଡା ବିଭାଗର ଦାୟିତ୍ୱରେ ଥିବା ଅଧ୍ୟାପକ ସରୋଜ କୁମାର ପଟେଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ଗୋଟିଏ ଗୋଟିଏ ଦଳ ହୋଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ l ଖୋଖୋ, କ୍ରିକେଟ, ଭଲିବଲ, କବାଡି, ହକି, ଫୁଟବଳ ଖେଳ ହୋଇଥିଲା l ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ବେହେରା ,ଋତୁପୂର୍ଣ୍ଣା ଧୁରୁଆ,ନମିତା ପଟେଲ,ସରିତା ବେହେରା, ଅଧ୍ୟାପକ ରୋହିତ ଖରସେଲ ଓ ସୁମନ୍ତ ପଟେଲ,ସପୂର୍ଣ୍ଣ ସହଯୋଗ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done