ଭୁବନେଶ୍ୱର ରେ ଆୟୋଜିତ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତାରେ ବ୍ରଜରାଜନଗର ର କୃତି ପ୍ରତିଯୋଗୀ ଙ୍କୁ ଦିଆଗଲା ସମ୍ବର୍ଦ୍ଧନା।


 ଭୁବନେଶ୍ୱର ମଞ୍ଚେଶ୍ୱର ରେଲୱେ ହାଇସ୍କୁଲ ଠାରେ ଆୟୋଜିତ ହୋଇଥିବା ଓଡିଶା ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବ୍ରଜରାଜନଗର ୱାରୀୟର ଜିମର ଚାରି ଜଣ ପ୍ରତିଯୋଗୀ ଙ୍କର ରାଜ୍ୟ ସ୍ତରୀୟ କୃତିତ୍ୱ ହେବା ପରେ ବିଜୟୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗାନ୍ଧିଛକ ୱାରିୟର ଜିମରେ ଆୟୋଜିତ କରାଯାଇଛି। ଏହି ପ୍ରତିଯୋଗିତାରେ ବ୍ରଜରାଜନଗରର ଟିନା ଦାଶ, ସିନିୟର କ୍ୟାଟେଗୋରୀ, ରୌପ୍ୟ ପଦକ। ଓଭର ବ୍ରାଞ୍ଚ ପ୍ରେସ ରେ ରୌପ୍ୟ ପଦକ, ରିତୁ ଗୁପ୍ତା ସିନିୟର କ୍ୟାଟେଗୋରୀ ରେ ରୌପ୍ୟ ପଦକ,

ବ୍ରାଞ୍ଚ ପ୍ରେସ ଓଭର ଅଲ ସିନିୟର କ୍ୟାଟେଗୋରୀ ରେ ରୌପ୍ୟ ପଦକ।  ସୁମିତ ଗୁପ୍ତା, ସିନିୟର କ୍ୟାଟେଗୋରୀ ବ୍ରୋଞ୍ଜ ପଦକ ଏବଂ ସଚିନ ଅଭିଷେକ ନନ୍ଦ, ସବ ଜୁନିୟର କ୍ୟାଟେଗୋରୀ ରେ ସ୍ୱର୍ଣ୍ଣ ପଦକ ଜିତି ଝାରସୁଗୁଡ଼ା ଜିଲ୍ଲାକୁ  ଗର୍ବାନ୍ବିତ କରିଥିବା ଜିମର ପ୍ରତିଷ୍ଠାତା ରାଜୁ ପ୍ରଧାନ କହିଛନ୍ତି। ସେହିପରି ଝାରସୁଗୁଡ଼ା ଜିଲ୍ଲା ରୁ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ନିଜର ଶତ ପ୍ରତିଶତ ପ୍ରଚେଷ୍ଟା ସତ୍ତ୍ୱେ ସଫଲ ହେବାରେ ବଂଚିତ ରହିଗଲେ ସେମାନେ ନିରାଶ ନ ହୋଇ ଆଗକୁ କଠିନ ପରିଶ୍ରମ କରିବାକୁ ଜିମ ପ୍ରଶିକ୍ଷକ ଶୁଭ୍ରାଂଶୁ ବିଶ୍ୱାଳ କହିଛନ୍ତି। ଗତ 26 ଡ଼ିସେମ୍ବର ରେ ମାଞ୍ଚେଶ୍ବର ଭୁବନେଶ୍ୱର ରେଲୱେ ହାଇସ୍କୁଲ ରେ ଓଡିଶା ପାୱାର ଲିଫ୍ଟଙ୍ଗ କଂପିଟିସନ ହୋଇଥିଲା ଯୋଉଥିରେ ଝାରସୁଗୁଡ଼ା ଜିଲ୍ଲାର ଅନେକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏବଂ ୱାରିୟାର ଜିମର ଚାରି ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ରାଜ୍ୟ ସ୍ତରୀୟ ସଫଳତା ପାଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done