ସ୍ଥାନୀୟ ଏସଡ଼ିଓ କଲୋନୀ ଷ୍ଟିତ ଶିବ ମନ୍ଦିର ପରିସରରେ ଥିବା ମା ସରସ୍ଵତୀ ମହିଳା ଶିକ୍ଷା ମନ୍ଦିର ରେ ନିଶୁଳ୍କ କମ୍ପୁଟର ଓ ସିଲେଇ ଟ୍ରେନିଂ ନେଇଥିବା 55 ଜଣ ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅତିଥିଙ୍କୁ ତୁଳସୀ ଗଛ ଦେଇ ସ୍ୱାଗତ କରିଥିଲେ ସଙ୍ଘ ର ଉପ ସଭାପତି ମିନା ଲାମା । ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବବିତା ରମାଣି ମୁଖ୍ୟ ଅତିଥି ଭାବେ ମଞ୍ଚlସିନ ଥିବା ବେଳେ ଶ୍ରୀ ଅର୍ଜୁନ ଲାଲ ମୋର ଶ୍ରୀ ହୀରାଲାଲ ଲୋକ ଚନ୍ଦନୀ ବିବେକାନନ୍ଦ ମିଶ୍ର ହାସ୍ୟକବି ଅମିତ ଦୁବେ ସାମ୍ବାଦିକ ନିଳେନ୍ଦ୍ର ଗଜେନ୍ଦ୍ର ବିଜୟ ସାଇଗଲ ଡାକ୍ତର ପ୍ରକାଶ ରାଣା ସମାନିୟ ଅତିଥିରୁପେ ଯୋଗ ଦେଇଥିଲେ । ଆଇନଜୀବୀ ଅହଲ୍ୟା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମା ସରସ୍ଵତୀ ମହିଳା ନିଶୁଳ୍କ ଶିକ୍ଷା ମନ୍ଦିର ର ଉଦେଶ୍ୟ ଓ ସଙ୍ଗଠନ ର ବାର୍ଷିକୀ ବିବରଣୀ ପାଠ କରିଥିଲେ ମା ସରସ୍ଵତୀ ମହିଳା ସଙ୍ଗଠନ ର ସଭାପତି ଆଇନଜୀବୀ ଗୀତା ରାଣା ଛୋଟ ଛୋଟ ଛୁଆଙ୍କ ମନଛୁଆଁ ନାଚ ସହ ହାସ୍ୟକବି ଅମିତ ଦୁବେଙ୍କ ବ୍ୟଙ୍ଗ ରେ ଝୁମିଥିଲେ ଦର୍ଶକ । କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ସଙ୍ଗଠନ ର ଜ୍ୟୋତି ଲିଂଗଡ଼ନ ପଦ୍ମା ଥାପା ସଂଗୀତା ଥାପା ପୁର୍ନକଳା ଥାପା ଲକ୍ଷ୍ମୀ ଥାପା ଦିଲମାୟା ଥାପା କୁସୁମ ଥାପା ରାନୀ ସୁନାର କୁନ୍ତୀ ରାଣା ସହଯୋଗ କରିଥିଲେ ।
0 Comments