ଓଡ଼ିଶା ଦକ୍ଷତା ବିକାଶ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଝାରସୁଗୁଡ଼ା ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା


 ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ପଞ୍ଜୀକୃତ ୧୭୩୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୮୨ଜଣଙ୍କୁ ସର୍ଟଲିଷ୍ଟ କରାଯାଇଛି । ମେଳାରେ ଯୋଗଦାନ କରିଥିବା ୫୨ଟି କମ୍ପାନୀ ତରଫରୁ ୫୧୬ଜଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଥିବା ବେଳେ ୧୬ଟି ପିଆଇଏ  ୨୮୧ଜଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରିଛି । ୨୨ତାରିଖରେ ଝାରସୁଗୁଡ଼ା  ଯାନ୍ତ୍ରିକ ବିଦ୍ୟାଳୟ  ପରିସରରେ ଅନୁଷ୍ଠିତ  ନିଯୁକ୍ତି ମେଳାକୁ  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ ।  ନିଯୁକ୍ତି ମେଳା ବେକାର ଯୁବକଯୁବତୀମାନଙ୍କ ପାଇଁ ସ୍ୱରୋଜଗାର ଓ   ସ୍ୱାବଲମ୍ବୀ ହେବା ପାଇଁ ସୁଯୋଗ ସୃଷ୍ଟି କରିଥାଏ ବୋଲି କହିବା ସହ ଶ୍ରୀ ନାୟକ ପ୍ରାର୍ଥୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସଙ୍ଗୀତା

ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଚିତ୍ରେଣି ପଟେଲ, ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଅରିନ୍ଦମ ପ୍ରଧାନ,ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ଅଧ୍ୟକ୍ଷା ରିନାତା ଦାସ, ଶିଳ୍ପ ତାଲିମ ଅନୁଷ୍ଠାନ ଅଧ୍ୟକ୍ଷ ଜଗଜ୍ଜୀବନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଲଇକେରାସ୍ଥିତ କେ ବି ଜେ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ଲଇକେରା ପଞ୍ଚାୟତ ସମିତି ଅଧ୍ୟକ୍ଷ ସଞ୍ଜିତ କୁମାର ନାୟକ ମୁଖ୍ୟ ଅତିଥି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଲେଖ ଘୁଟ୍ଟା,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଦେହରି , ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ଏସ କେ ନିଜାମୁଦ୍ଦିନ, ପ୍ରଧାନ ଶିକ୍ଷକ ହେମନ୍ତ ପଟେଲ, ଏଇଇ ଅଶୋକ ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦେବାର୍ଚ୍ଚନ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done