ଝାରସୁଗୁଡ଼ା ବ୍ଲକ୍ ବରପାଲି ଗ୍ରାମଠାରେ ଜଗନ୍ନାଥ ଯୁବକ ସଂଘ ପକ୍ଷରୁ ଦ୍ଵି'ଦିବସୀୟ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ରେ ଟ୍ରାଇବ୍ରେକର ଜରିଆରେ କଲ୍ୟାଣ କ୍ଲବ୍ କନ୍ଦାକୁଡ଼ା ଦଳ ୪-୩ ଗୋଲରେ ବାଙ୍ଗୁରକେଲା ଦଳ ହରାଇ ଚଳିତ ବର୍ଷ ର ଚାମ୍ପିୟାନ ହୋଇଛି । ଖେମାସିଲ କିସାନ,ଅରୁଣ ପ୍ରଧାନ,କିଶୋର ମାଝୀ,ଅରୁଣ ମିର୍ଦ୍ଧା,ଲଲିନ୍ଦ୍ର ମିର୍ଦ୍ଧା,କ୍ଷୀରୋଦ ଗର୍ଡ଼ିଆ, ମକରଧ୍ବଜ ପ୍ରଧାନ ଖେଳ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ଦଳକୁ ପାଞ୍ଚ ଫୁଟ୍ ର ଟ୍ରଫି ସହ ୩୦,୦୦୦ ହଜାର ଓ ଉପବିଜେତା ଦଳକୁ ଚାରି ଫୁଟ ଟ୍ରଫି ସହ ୨୦,୦୦୦ ହଜାର ଟଙ୍କାରେ ପୁରସ୍କୃତ କରିଥିଲେ । ଶ୍ରେଷ୍ଠ ଖେଳାଳି ଭାବେ ସୁଶାନ୍ତ ଖଡିଆ,ଶ୍ରେଷ୍ଠ ଲୋକପ୍ରିୟ ଖେଳାଳି ଶ୍ରୀତମ ବାଗ,ଶ୍ରେଷ୍ଠ ଗୋଲକିପର ସୁଜନ କୁମୁରା,ଶ୍ରେଷ୍ଠ ଡିଫେନ୍ସ ଶ୍ୟାମ ଲାକାରା ଙ୍କୁ ପୁରସ୍କୃତ କରାଯାଇଥିଲା ।ଏହାସହ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ବିଧାୟିକା ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ଚାନ୍ଦନୀମାଲ ସରପଞ୍ଚ ଲକ୍ଷ୍ମୀ ମିଶ୍ର,ରାଜପୁର ସରପଞ୍ଚ ସରସ୍ଵତି ନାଏକ,ଲୋଇସିଂହ ସରପଞ୍ଚ ସନାତନ ରୋହିଦାସ, ଗୌରମାଲ ସରପଞ୍ଚ ରାଜକୁମାର ସାଏ,ବିଜେଡ଼ି ଯୁବ ନେତା ପୁରୁଷୋତ୍ତମ ମହାନ୍ତି,ଚାନ୍ଦନିମାଲ ସମିତି ସଭ୍ୟ ଯତୀନ ଦେଓ,ପୁର୍ବତନ ଜିଲ୍ଲା ପରିଷଦ ହର୍ଷ ଜଗତ,ପୂର୍ବତନ ରାଜପୁର ସରପଞ୍ଚ ଈଶ୍ୱର ପ୍ରଧାନ,ପୂର୍ବତନ ସାନଘୁମୁଡା ସରପଞ୍ଚ ବୁଦ୍ଧଦେବ ଭୋଇ,ପୂର୍ବତନ ରାଜପୁର ସମିତି ସଭ୍ୟ ଗଣେଶ ରାମ ବାଗ,ପୂର୍ବତନ ଗୌରମାଲ ସମିତି ସଭ୍ୟ ବିଶ୍ଵ ଲୋଚନ ଭୋଇ,ପୂର୍ବତନ ଏମ.ସି.ଏଲ. କର୍ମଚାରୀ ଶିବାଜି ମାଝୀ,ସମାଜସେବୀ ଧରଣୀ ସାଏ,ରାଜୀବ ପାଟଯୋଶୀ,ପୀତବାସ ବଢ଼ାଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସମ୍ପାଦକ ହେମନ୍ତ ଧୂରୁଆ ମଞ୍ଚ ପରିଚାଳନା କରିଥିଲେ । ପ୍ରତିଯୋଗିତାର ମୁଖ୍ୟବକ୍ତା ଭାବେ ନିରଞ୍ଜନ ବଢ଼ାଇ ଯୋଗ ଦେଇ ଥିଲେ । କ୍ଲବରେ ସଭାପତି ହେମନ୍ତ କୁମାର ବଗାରଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । କ୍ଲବ୍ ର ଉପଦେଷ୍ଟା ରମାକାନ୍ତ ପ୍ରଧାନ ଓ ଇଶ୍ଵରୀ ମାଝୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଜୟରାମ ବଗାର ଧନ୍ୟବାଦ୍ ଅର୍ପଣ କରିଥିଲେ । ଆୟୋଜକ କ୍ଲବ୍ ର ସୁନିଲ ସିଂ ଲାଲୁ,ମନୋଜ ବଢ଼ାଇ,ସୁଶିଲ ବଢ଼ାଇ,ରୋମାଞ୍ଚ ବଢ଼ାଇ,କର୍ଣ୍ଣ ଚନ୍ଦ୍ର ରାଉତ,ଅଶୋକ ଭୋଇ,ଠାକୁର ପ୍ରଧାନ,କୁଶ ବାଦି,ଅଜିତ ବଢ଼ାଇ,ସୁଶାନ୍ତ ବଢ଼ାଇ,ବିପିନ ପଟେଲ,ରୁପେଶ ପ୍ରଧାନ,ଉଦ୍ଧବ ସେଟ,ବିକାଶ ପୋଡ଼, ଆକାଶ ଦୋରା,ବବଲୁ ପ୍ରଧାନ,ରୋସନ୍ ପ୍ରଧାନ,ରଞ୍ଜନ ପ୍ରଧାନ ଏବଂ ଇନ୍ଦ୍ରାଣୀ ପ୍ରଧାନ,ସଞ୍ଜୁଲତା ପାଉଲେଙ୍କ ସହିତ ଶତାଧିକ ମହିଳା ସହଯୋଗ କରିଥିଲେ ।
0 Comments