ଲଖନପୁର ବ୍ଲକ କୁମ୍ଭାରବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି।


 ଲଖନପୁର ବ୍ଲକ କୁମ୍ଭାରବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି।  ବ୍ରଜରାଜନଗର  ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିବିର ଉଦ୍ଘାଟନ କରିଥିଲେ। ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ କରି  ଶ୍ରମିକମାନେ କିପରି ଅଧିକରୁ ଅଧିକ ସଂଖ୍ୟାରେ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରିବେ ଓ ପଞ୍ଜିକୃତ ଶ୍ରମିକ ମାନଙ୍କର କାର୍ଡ଼ ନବୀକରଣ କରାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ଉପଭୋଗ କରିବାକୁ ଆହ୍ୱାନ ଜଣାଇଥିଲେ। କୌଣସି ମଧ୍ୟସ୍ତି ଜରିଆରେ ଶ୍ରମିକ କାର୍ଡ଼ ପାଇଁ ଆବେଦନ ନକରିବାକୁ ବିଧାୟିକା ନିଜ ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। ସମିତି ସଭ୍ୟ ରମାକାନ୍ତ ମିର୍ଦ୍ଧା ଓ ସରପଞ୍ଚ କମଳ ଲୋଚନ ବିଶ୍ୱାଳ ସମ୍ମାନିତ ଅତିଥି  ଭାବରେ  ଯୋଗ ଦେଇ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଯୋଗାଇଦେବା ଓ ଅଧିକରୁ ଅଧିକ ଶ୍ରମିକ କିପରି ଉପକୃତ ହେବେ ସେ କ୍ଷେତ୍ରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସହଯୋଗ  କରିବାକୁ କହିଥିଲେ। ଶିବିରରେ ସହାୟତା ବାବଦକୁ ମୋଟ ୧୩୬ଜଣଙ୍କୁ ୮୮,୮୦,୮୦୦ଟଙ୍କା ପ୍ରଦାନ କରାଯାଇଛି। ମୃତ୍ୟୁକାଳୀନ ସହାୟତା ବାବଦରେ ୨୧ଜଣଙ୍କୁ ୪୨,୦୦,୦୦୦ଟଙ୍କା, ଅନ୍ତ୍ୟେଷ୍ଟି କ୍ରିୟା ବାବଦରେ ୨୦ଜଣଙ୍କୁ ୧,୦୦,୦୦୦,

ବିବାହ ସହାୟତା ବାବଦରେ ୯୨ଜଣଙ୍କୁ ୪୫,୫୦,୦୦୦ ପ୍ରସୂତିକାଳୀନ ସହାୟତା ବାବଦରେ ୩ଜଣଙ୍କୁ ୩୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ୨୦୦ଜଣଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି।  ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ ଶିବିର ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ ସସ୍ମିତା ବିଶ୍ୱାଳ, କାର୍ଯ୍ୟକ୍ରମ ପରିଚାଳକ(ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ)ଜନ୍ମେଜୟ ସା, କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲ୍ୟାଣ ସଂଯୋଜକ କାନ୍ତେଶ୍ୱର ମହାପାତ୍ର,ପ୍ରଶାନ୍ତ ମଣ୍ଡଳ,ଆଶିଷ ପ୍ରଧାନ ଓ ଦେବାଶିଷ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଗ୍ରାମୀଣ ଶ୍ରମ ନିରୀକ୍ଷକ ବିମଳ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done