ଝାରସୁଗୁଡା ରେ ଆଜି ନୂଆ ଓଡିଶା ଫେଷ୍ଟ ଅନୁଷ୍ଠିତ ହୋଇଛି।ଝାରସୁଗୁଡ଼ା ଅମଲିପାଲି ପଡ଼ିଆ ରେ ଏକ ଭବ୍ୟ ଆୟୋଜନ କରାଯାଇ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଛାତ୍ରଛାତ୍ରୀ ଯୋଗଦାନ କରିଥିବା ବେଳେ ଏହି ଫେଷ୍ଟ କୁ ଉଦଘାଟନ କରିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ସମେତ ଅନେକ ବରଣ୍ୟ ଅତିଥି ସମେତ ଜିଲ୍ଲାର ବିଭିନ୍ନ କଲେଜରୁ ପ୍ରାୟ 10 ହଜାର ଛାତ୍ରଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ନୂଆ ଓଡିଶା ଗଠନରେ ଯୁବ ସମାଜର ଭୂମିକା ସମ୍ପର୍କରେ ଗୁରୁମନ୍ତ୍ର ଦେଇଛନ୍ତି ଅତିଥି। ଏହି ଯୁବ ଉତ୍ସବରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ସହ ଜିଲ୍ଲାପାଳ, ଏସପି ସ୍ମିତ ପି ପରମାର ଓ ଅନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ଙ୍କୁ ପାଠ ପଢିବା ସହିତ ଖେଳକୁଦ କୁ ନେଇ ମଧ୍ୟ ଭବିଷ୍ୟତ ଗଢିବା ଦିଗରେ ଉତ୍ସାହିତ କରିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳ ଆବୋଲୀ ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଝାରସୁଗୁଡ଼ା ମାଟିରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଛି। ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ଯୁବ ପିଢ଼ି ଙ୍କୁ ଓଡିଶା ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା କ୍ରୀଡ଼ା, ସାଂସ୍କୃତିକ ପ୍ରୋତ୍ସାହନ ଦ୍ୱାରା ଯୁବ ପିଢ଼ି ଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତା ଉଜାଗର ହେବ ବୋଲି ମନ୍ତ୍ରୀ କହିଛନ୍ତି।ଝାରସୁଗୁଡାର ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ନୃତ୍ୟଗୀତ ପରିବେଷଣ କରିଥିଲେ।ଅସୀମା ପଣ୍ଡା, ଶାଶ୍ୱତ ଯୋଶୀ,ପ୍ରିନ୍ସ ଡେନ୍ସ ଗ୍ରୁପଙ୍କ ସମେତ ଝାରସୁଗୁଡା ର ବିଭିନ୍ନ ମହବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାରୁ ବିଭିନ୍ନ କ୍ଷେତ୍ରରେ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଥିବା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ରୀନା ପ୍ରଧାନ,ହକି ଖେଳାଳୀ ସଂଗୀତା କୁଲୁ,ରାଜକିଶନ ପଟେଲ ଓ
0 Comments