ଡିଆରଡିଏ କନଫରେନ୍ସ ହଲ ଠାରେ ଡିଏମଏଫର ଏକ ବୈଠକ ଅନୁଷ୍ଠିତ


 ଜିଲ୍ଲା ଖଣିଜ ପାଣ୍ଠି ୧୦ମ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲା ପରିଷଦ ସଦଭାବନା ଗୃହରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟିକା ଦିପାଳୀ ଦାସ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ, ଡି ଏଫ୍ ଓ  ମନୁ ଭଟ୍ଟ ବ୍ରଜରାଜନଗର ବିଧାୟିକାଙ୍କ ପ୍ରତିନିଧି ବିଶ୍ୱନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।   ପୂର୍ବ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁସାରେ  ଚାଲୁରହିଥିବା ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଓ ଆରମ୍ଭ ହେବାକୁ ଥିବା ପ୍ରକଳ୍ପ କାର୍ଯ୍ୟ  ସମୀକ୍ଷା କରାଯାଇଥିଲା। ଖଣିଜ ପାଣ୍ଠି ବିନିଯୋଗରେ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ୧୩୭୯ ଗୋଟି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ୧୬୨୩କୋଟି ୭୧ଲକ୍ଷ ଟଙ୍କା ବ୍ୟୟରେ ୮୮୫ଗୋଟି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି ଓ ୩୮୧ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ବେଳେ ୧୦୩ଗୋଟି ପ୍ରକଳ୍ପ ଆରମ୍ଭ କରାଯିବ। ମିଶନ ଶକ୍ତି ଗୃହ, ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଓ ଭିତ୍ତିଭୂମି ବିକାଶ ଏବଂ କଟା,ବନ୍ଧ ଆଦି ନିର୍ମାଣ ଓ ନବୀକରଣ , ବିଭିନ୍ନ ସ୍ଥାନରେ ରାସ୍ତା ଏବଂ ପୋଲ ନିର୍ମାଣ ତଥା ନବୀକରଣ ,ଅମୃତ ସରୋବର , ପର୍ଯ୍ୟଟନ ସ୍ଥଳୀର ବିକାଶ ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପନ୍ନ ସକାଶେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଖଣିଜ ପାଣ୍ଠି ବିନିଯୋଗରେ ୨୦୨୪-୨୫ ବର୍ଷ ପାଇଁ ହାତକୁ ନିଆଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ଓ ଏହାର ଖସଡା ଉପସ୍ଥାପନ କରାଯାଇଥିଲା। ଖଣିଜ ପାଣ୍ଠିର ସୁ-ବିନିଯୋଗ ପୂର୍ବକ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଧାର୍ଯ୍ୟ ଅବଧି ମଧ୍ୟରେ ଶେଷ କରିବା ସହ କାର୍ଯ୍ୟରେ  ଗୁଣାତ୍ମକମାନ ରକ୍ଷା କରିବାକୁ  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡି ଏମ୍ ଏଫ୍ ଟିମ୍ ଲିଡର ଗାରିମା ଶ୍ରୀବାସ୍ତବ ପାୱାର ପଏଣ୍ଟ ମାଧ୍ୟମରେ ଖଣିଜ ପାଣ୍ଠି ପ୍ରତିଷ୍ଠାନର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ବୋର୍ଡର ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done