ପାଉଁଶ ପୋଖରୀ ଭୁଶୁଡ଼ି ପଡ଼ିଥିବା ସରଧାପାଲି ଓ କଣ୍ଟାଟିକ୍ରା ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ


 ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ଲଖନପୁର ବ୍ଲକର   ଶରଧାପାଲି ଓ କଟାଟିକ୍ରା ଗ୍ରାମ ପରିଦର୍ଶନ କରି ନିକଟରେ ଓପିଜିସିର ଆସପଣ୍ଡ ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଗ୍ରାମବାସୀ ପିଇବା ପାଣି, ଆଲୋକ ବ୍ୟବସ୍ଥା ଓ  କ୍ଷତିଗ୍ରସ୍ତ ବନ୍ଧ ମରାମତି ଓ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କ୍ଷୟକ୍ଷତିର  ସଠିକ ଆକଳନ କରି ଏହାର ଭରଣା ପାଇଁ  ଓପିଜିସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା  କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ପାନୀୟ ଜଳ ଓ ଆଲୋକର ସୁ ବ୍ୟବସ୍ଥା ତଥା ଯଥାଶୀଘ୍ର ବନ୍ଧ ମରାମତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବାର କହିଥିଲେ । ଅନ୍ୟାନ୍ୟ ଅଭାବ ଅସୁବିଧା ସକାଶେ ତହସିଲଦାର କିମ୍ବା ସିଧା ସଳଖ ଜିଲ୍ଲାପାଳଙ୍କୁ ଜଣାଇବାକୁ ଗ୍ରାମବାସୀଙ୍କୁ କୁହାଯାଇଛି। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଲଖନପୁର ତହସିଲଦାର ସଦାକର  କୁମ୍ଭାର ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done