ହିର୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଯାପିତ । ଗତ ଦୁଇ ଦିନ ଧରି ସରକାରୀ କ୍ରମୋନ୍ନତ ବିଦ୍ୟାଳୟ ହିର୍ମା ଠାରେ ୧୨ ତମ ଜିଲ୍ଲା ସ୍ତରୀୟ ବଳ ବିଜ୍ଞାନ ପ୍ରଦର୍ଶନୀ ୨୦୨୩ ଉଦଯାପିତ ହୋଇଯାଇଛି । ଆଜି ଯୁଗରେ ମାନବ ସମାଜ ବିଜ୍ଞାନ ଉପରେ ନିର୍ଭରଶୀଳ । ବିଜ୍ଞାନର ଏହି କାରିଗରୀ କୌଶଳ , ପ୍ରୟୋଗ ଓ ପ୍ରଯୁକ୍ତି ବିଦ୍ୟା ବିନା ମଣିଷ ଜୀବନ ବଞ୍ଚିପାରିବ ନାହିଁ । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଜୀବନ ନିର୍ଧାରଣ ନିମନ୍ତେ ଅନିବାର୍ଯ୍ୟ ଅଟେ । ଏହି କ୍ରମରେ ସରକାରୀ କ୍ରମୋନ୍ନତ ବିଦ୍ୟାଳୟ ହିର୍ମା ଠାରେ ବାଳ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା । ଯାହା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଅବସରରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟିକା ଦିପାଳୀ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ବିଜ୍ଞାନ ପ୍ରଦର୍ଶନୀ ମେଳାରେ ପାଞ୍ଚ ଗୋଟି ପ୍ରସଙ୍ଗ ଉପରେ ୫୦ ଗୋଟି ପ୍ରକଳ୍ପ ବିଭିନ୍ନ ବ୍ଳକ୍ ରୁ ମନୋନୀତ ହୋଇ ଅଂଶଗ୍ରହଣ କରିଥିଲେ ।
0 Comments