କୋଲାବିରା ସ୍ନାତକ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର l


 କୋଲାବିରା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶୀଲ କୁମାର ନାୟକଙ୍କ ସଭାପତିତ୍ବରେ ‘ନୁଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ରକ୍ତଦାନ, ମଧୁମେୟ, ଚକ୍ଷୁରୋଗ ଚିକିତ୍ସା, ରକ୍ତ ନମୁନା ଚିହ୍ମଟ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଅତିଥିଗଣ ଅଗ୍ରଦେବତା ଭଗବାନ ଗଣେଶ ତୈଳଚିତ୍ରରେ ଦୀପ ପ୍ରଜ୍ଜଳନ କରିଥିଲେ। କୋଲାବିରା ଜିଲ୍ଲା ପରିଷଦର ସଭ୍ୟ ନୃପଲାଲ ପଶୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରର ଶୁଭ ଉଦଘାଟନ କରି ସ୍ୱାସ୍ଥ୍ୟ ହିଁ ସମ୍ପଦ ଓ ରକ୍ତର ବିକଳ୍ପ ନାହିଁ ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟ  ପରିଚାଳନା କମିଟିର ସଭାପତି ରଘୁରାମ ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉତ୍ତମ ଛାତ୍ର ଛାତ୍ରୀ ହେବାକୁ ହେଲେ ଶୃଙ୍ଖଳିତ ଜୀବନଯାପନ କରିବା ଏକାନ୍ତ ଜରୁରୀ ବୋଲି କହିଥିଲେ। ଏହି ଅବସରରେ କୋଲାବିରା ସରପଞ୍ଚ ଚେତାନନ୍ଦ ନଈ, କୋଲାବିରା ପଂଚାୟତ ସମିତି +2 କଲେଜର ଅଧ୍ୟକ୍ଷ ମେଘନାଦ ପଟେଲ, ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସନ୍ଧ୍ୟାରାଣୀ ପୂଜାରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ସରୋଜ କୁମାର ପଟେଲ ଅତିଥି ପରିଚୟ ଓ ପରିଚାଳନା କରିଥିଲେ l ଏହି ଅବସର ରେ ଅଧ୍ୟାପକ ନୃପରାଜ ଭୋଇ, ଲବ ପ୍ରଧାନ ,ସୁମନ୍ତ ପଟେଲ, ଅଧ୍ୟାପିକା ସସ୍ମିତା ବେହେରା ,ଋତୁପୂର୍ଣ୍ଣା ଧୁରୁଆ,ନମିତା ପଟେଲ ଓ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ  l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done