ଏହି ଅବସରରେ ମାନ୍ୟବର ସମ୍ବଳପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ଼ ବରଗଡ଼ର ପରିଚାଳନା ପରିଷଦର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଜିଲ୍ଲା ଖାଉଟି ଅଦାଲତ ସଭାପତି ଡ.ରମାକାନ୍ତ ସତପଥି ମୁଖ୍ୟ ବକ୍ତାଭାବେ ଯୋଗଦେଇ ଥିଲେ ସମ୍ମାନିତ ଅତିଥି ଭାବେ ଏସଡ଼ିସିସି ବ୍ୟାଙ୍କ ନିର୍ଦେଶକ ଶ୍ରୀଯୁକ୍ତ ଜୟ ପ୍ରକାଶ କୁଅଁର, ହେମନ୍ତ ସାଗର କୁମୁରା,ହେମନ୍ତ ସାହୁ,ଏସଡ଼ିସିସି ସିଇଓ ଶ୍ରୀଯୁକ୍ତ ଅମୁଲ୍ୟାନନ୍ଦ ମହାନ୍ତି,ଜିଲ୍ଲା କୃଷି ଅଧିକାରି ଶ୍ରୀଯୁକ୍ତ ବଳଦେବ ମହାପାତ୍ର, କୁତାର୍ଥ ଆଚାର୍ଜ୍ୟ ସମବାୟ ପରିଚାଲନା କେନ୍ଦ୍ର ବରଗଡ ଅଧକ୍ଷ ଶ୍ରୀଯୁକ୍ତ ଧର୍ମେନ୍ଦ୍ର କୁମାର ସାବତ ଯୋଗଦେଇ ଥିଲେ l ସର୍ବ ପ୍ରଥମେ ଉପ ନିବନ୍ଧକ ସମବାୟ ସମିତି ସମୂହ ସମ୍ବଳପୁର-୨ ବିଭାଜନ ଶ୍ରୀମତୀ ରଶ୍ମି ଲତା ବେହେରାଆଙ୍କ ସଭାପତିତ୍ଵରେ ସମସ୍ତ ଅତିଥି ମାନେ ସର୍ବ ପ୍ରଥମେ ପ୍ରଦିପ ପ୍ରଜ୍ଵଲନ କରିବା ସହ ମା ସମଲେସ୍ଵରି ଏବଂ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଫଟୋ ଚିତ୍ର ରେ ପୁଷ୍ପ ଦେଇ ପୂଜାଚ୍ଚର୍ନା କରିଥିଲେ ଏହାପରେ ଛାତ୍ରଛାତ୍ରିଙ୍କ ଦ୍ଵାରା ସମବାୟ ସଂଗୀତ ପରିବେଷଣ କରାଯାଇ ଥିଲା l ଏହାପରେ ଅଧ୍ୟାପକ ଶ୍ରୀ ଏସ କେ ରଥଙ୍କ ପରିଚାଲନା ରେ ଅତିଥି ମାନେ ସମବାୟ ସପ୍ତାହ ପାଲନ ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ନିଜ ନିଜର ବକ୍ତବ୍ୟ ରଖି ଥିଲେ l ଏହାପରେ ସଂସ୍କୃତିକ କାର୍ଜ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ବିଭିନ୍ନ ପ୍ରତିଜୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରିଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ ଉତ୍ସାହିତ କରି ସମବାୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ସନ କରିଥିବା ସମିତି ଓ ବ୍ୟାଙ୍କ ଗୁଡିକୁ ତଥା ଉତ୍ତମ ସମବାୟବିତ ମାନଂକୁ ଅତିଥି ମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ l
ଶେଷରେ ଝାରସୁଗୁଡା ସର୍କଲ ସହ ଉପ ନିବନ୍ଧକ ମମତା ରାଣୀ କୁଜୁର ଉପସ୍ତିତ ସମସ୍ତ ସମବାୟ ସମିତିର ସଭ୍ୟ, ସଭ୍ୟା, ସଭାପତି, ସମ୍ପାଦକ,ବ୍ୟାଙ୍କମାନଙ୍କର ପ୍ରବନ୍ଧକ ସମସ୍ତ କର୍ମଚାରି ଏବଂ ଚାସି ଭାଇ ଭଉଣୀ ତଥା ମୁଦ୍ରଣ ଓ ବୈଦୁତିକ ଗଣ ମାଧ୍ଯମର ପ୍ରତିନିଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
0 Comments