ଲଇକେରା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ମହା ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୨୭ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ୨୨ଟି ଓ ସାମୁହିକ ୫ଟି। ଲାଇକେରା ପଞ୍ଚାୟତର ୫ନମ୍ବର ୱାର୍ଡ଼ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପୂର୍ବ ଜନ ଅଭିଯୋଗ ଶୁଣାଣି ଶିବିରରେ ଦାଖଲ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା, ସାରଙ୍ଗଲୋଇ ପଞ୍ଚାୟତକୁ ବିଭିନ୍ନ ଯୋଜନା ବାବଦକୁ ଆସିଥିବା ଅର୍ଥର ବିନିଯୋଗ,ଅଇତାପାଲି ଗ୍ରାମ ପାଇଁ ଭାଗବତ ଟୁଙ୍ଗୀ ମଞ୍ଜୁର କରାଯିବା ଓ ବିଦ୍ୟୁତ ଖୁଣ୍ଟି ଅପସାରଣ ସମ୍ପର୍କିତ ସାମୁହିକ ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେବା ସହ ପୂର୍ବ ଅଭିଯୋଗଗୁଡ଼ିକର ସମାଧାନ କେତେ ହୋଇଛି ସେନେଇ ସମୀକ୍ଷା କରିଥିଲେ। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି ପରମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ , ଅଧ୍ୟକ୍ଷ ସଞ୍ଜିତ କୁମାର ନାୟକଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ।
0 Comments