କୋଲାବିରା ସ୍ନାତକ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ


 କୋଲାବିରା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶୀଲ କୁମାର ନାୟକଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶିକ୍ଷା ବିଭାଗ ର Dr. ନରେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଉତ୍ସାହିତ କରିଥିଲେ l  ଆଜି ଅନୁଷ୍ଠିତ କୁଇଜ କାର୍ଯ୍ୟକ୍ରମକୁ ଇତିହାସ ବିଭାଗର ମୁଖ୍ୟ ସରୋଜ କୁମାର ପଟେଲ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇ ଡିସେମ୍ବର 1ତାରିଖ ରେ ଶେଷ ହେବ ଏବଂ 2ୟ ପର୍ଯ୍ୟାୟ ଡିସେମ୍ବର 4 ତାରିଖ ରୁ ଆରମ୍ଭ ହୋଇ 9 ତାରିଖ ପର୍ଯ୍ୟନ୍ତ ଚାଲିବ l ସଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଖେଳକସରତ ସହ ଶିଶୁ ଶିକ୍ଷା,ଏଡ଼ସ ରୋଗ, ବାଲ୍ୟ ବିବାହ ପ୍ରଥା, ତମାଖୁ ସେବନ  କିପରି କ୍ଷତିକାରକ ସେ ସମ୍ପର୍କ ରେ ସଚେତନତା ଶୋଭାଯାତ୍ରା କରାଯିବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ /ଅଧ୍ୟାପିକା ରୋହିତ ଖରସେଲ ,ସରିତା ବେହେରା ,ସସ୍ମିତା ବେହେରା ,ଋତୁପୂର୍ଣ୍ଣା ଧୁରୁଆ,ନମିତା ପଟେଲ , ସୁମନ୍ତ ପଟେଲ ଓ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ  l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done