ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ଅଚାନକ ପରିଦର୍ଶନ କରିଛନ୍ତି ମାରାକୁଟା ଓ ଦେବାଡିହି ଆଶ୍ରମ ସ୍କୁଲ। ପରିଦର୍ଶନ ଅବସରରେ ଜିଲ୍ଲାପାଳ ଛାତ୍ରୀମାନଙ୍କ ଠାରୁ ବିଦ୍ୟାଳୟ ଓ ଶୌଚାଳୟ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ପଚାରି ବୁଝିଥିଲେ। ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ରନ୍ଧନଶାଳା ଓ ଭଣ୍ଡାରଗୃହ ପରିଷ୍କାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଖାଦ୍ୟ ସାମଗ୍ରୀ ଷ୍ଟିଲ ନିର୍ମିତ ପାତ୍ରରେ ରଖାଯିବା ଓ ସେଗୁଡିକ ନିୟମିତ ସଫା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାରାକୁଟା ଆଶ୍ରମ ବିଦ୍ୟାଳୟରେ ବୈଦ୍ୟୁତିକ ପ୍ରଣାଳୀଯୁକ୍ତ ବ୍ଲାକବୋର୍ଡ ଓ ବୈଦ୍ୟୁତିକ ସାଜ ସରଞ୍ଜାମ ନଥିବାର ଲକ୍ଷ୍ୟ କରିଥିଲେ ଜିଲ୍ଲାପାଳ। ଏଥି ସହିତ ନୂତନ କୋଠା ଅସମ୍ପୂର୍ଣ୍ଣ ଥିବାର ଲକ୍ଷ୍ୟ କରି ଆସନ୍ତା ସାତ ଦିନ ମଧ୍ୟରେ ବିଦ୍ୟାଳୟର
ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
0 Comments