ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟ ବାବଦରେ ଓଡିଶାକୁ ବିଗତ ହଜାର ହଜାର କୋଟି ଟଙ୍କାରୁ ଉର୍ଦ୍ଧ ସହାୟତା ଦେଇଛନ୍ତି । କିନ୍ତୁ ଓଡିଶାରେ ଚାଲିଥିବା ଭ୍ରଷ୍ଟାଚାରୀ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି ଗରିବ ଲୋକଙ୍କ ବିକାଶରେ ବାଧକ ସାଜିଛି । ଓଡିଶାରେ ୫୦ ପ୍ରତିଶତ ପିସି ସରକାର ଚାଲିଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଦୁର୍ନୀତି ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ କୋକଟିଏ ବିଜେଡିର ନେତା ଓ ଅପିସର ମାନଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଉଛି । ଗରିବ ହିତାଧିକାରୀଙ୍କୁ ଘର ନ ଦେଇ ଦୁର୍ନୀତି ଓ ଜାଲିଆତି ହେଉଛି । । ବିଧବା ଭତା ଓ ବାର୍ଦ୍ଧକ୍ୟ ଭତାଟିଏ ପାଇବା ପାଇଁ ଅସହାୟ ଲୋକଟିଏକୁ ହଜାରେ ଟଙ୍କା ଲାଂଚ ମଗାଯାଉଛି । ଲାଇକେରା ବ୍ଲକ୍ ରେ ସହ ସହ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ କି ଅଛନ୍ତି, ଲୋକେ ନାହି ନ ଥିବା ଆସୁବିଧ ରୁ ସମ୍ମୁଖୀନ ହେଉଛନ୍ତି । ଗାଁ ଗାଁ ରେ ପିଇବାର ପାଣି ସମସ୍ୟା ,ବିଦ୍ୟୁତ୍ ସମସ୍ୟା ଓ ରାସ୍ତା ଘାଟ ଏବେ ଭି ଲୋକେ ପାଇପାରିନାହାନ୍ତି । ଭ୍ରଷ୍ଟାଚାର ବିରୋଧରେ ଝାରସୁଗୁଡା ବିଜେପି ପକ୍ଷରୁ ଆଜି ହଜାର ହଜାର ସଂଖ୍ୟାରେ ଲୋକେ ଆଜି ଲାଇକେରା ବ୍ଲକ୍ ଘେରାଉ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଝାରସୁଗୁଡ଼ା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠି, ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ଶ୍ରୀ ଡି. ମୁରଲିକ୍ରିଷ୍ଣା , ଲଳିତ ମଗର,ନେତାଜୀ ପଟନାୟକ,ସୋନୁ ଥିରାନୀ, ପଙ୍କଜ ବେହେରା, ତିକେଶ୍ୱର୍ ଯୟପୁରିୟା, କୃପା ସିନ୍ଧୁ ରାନା, କର୍ତିକ ବେହେରା, ନିଶିକାନ୍ତ ପଟେଲ, ରୋହିତ କିସାନ , ମଧୁସୂଦନ ରାନା, କୁଳମଣି କିସାନ, ମତିଲାଲ ଡ଼ନଶନା , ଦେପକ୍ ପଣ୍ଡା , ପ୍ରଦୀପ ପ୍ରଧାନ, ହେମନ୍ତ କିସାନ ଓ ନବିନ ବୁଦୁଲା ଏବଂ ବିଜେପି ର ଅନ୍ୟାନ୍ୟ କର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ଟି ଆୟୋଜାନ କରାଯାଇଥିଲା।
0 Comments