ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଝାରସୁଗୁଡା ନଗର ତରଫରୁ ଭାରତ ମହାନ ସ୍ୱାଧୀନତା ସଂଗ୍ରାମୀ ଝାନ୍ସୀ ରାଣୀ ଲଷ୍ମୀବାଇ ଜୀ ଙ୍କ ଜୟନ୍ତୀ ସ୍ଥାନୀୟ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ରାଣୀ ଲଷ୍ମୀବାଇ ଯେଉଁଭଳି ଭାବରେ 1857ମସିହାରେ ନିଜର ମାତୃଭୂମି ଝାନ୍ସୀ ପାଇଁ ଇଂରେଜ ସରକାରଙ୍କ ବିରୋଧରେ ନିଜର ଛୋଟ ସୈନ୍ୟ ମାନଙ୍କୁ ନେଇ ଯୁଦ୍ଧ କରିଥିଲେ ତାହା ଆଜି ମଧ୍ୟ ସାରା ସମାଜ ଓ ଯୁଗ ଯୁଗ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି l ସେ ଯେଉଁ ଭଳି ଭାବରେ ନିଜକୁ ମାଆ ଭାରତୀର ସେବାରେ ସମର୍ପିତ କରି ଆଜିର ସମୟରେ ମଧ୍ୟ ସମାଜରେ ସେହିଭଳି ବ୍ୟାକ୍ତିତ୍ୱ ସୃଷ୍ଟି କରିବାରେ ଏବିଭିପି ଅନବରତ କାର୍ଯ୍ୟ କରିଆସୁଛନ୍ତି ବୋଲି ନଗର ସମ୍ପାଦକ ତରଣ ଗିଦେୱାନୀ କହିଛନ୍ତି l ଏହି ସଭାଟି କଲେଜ ସଭାପତି ଅନୁପ ଜେଶ୍ୱାଳ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l
0 Comments